Below header

ଭାରତ ବନ୍ଦକୁ ସମର୍ଥନ କରୁଛି ରାଜ୍ୟ କଂଗ୍ରେସ ସହିତ ୮ ରାଜନୈତିକ ଦଳ, ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଭୁବନେଶ୍ବର: ଆଜି ଭାରତ ବନ୍ଦ । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସଂଯୁକ୍ତ କୃଷକ ମୋର୍ଚ୍ଚା । କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନ ଚଳାଇଥିବା ଆନ୍ଦୋଳନକୁ ଆଜି ଚାରି ମାସ ପୂରୁଛି । କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଛନ୍ତି ଚାଷୀ । ପ୍ରତିବାଦରେ ଦେଶବ୍ୟାପୀ ବନ୍ଦ ପାଳନ କରୁଛନ୍ତି ଚାଷୀ । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ସକାଳ ୬ରୁ ସନ୍ଧ୍ୟା ୬ ।

ଭାରତ ବନ୍ଦକୁ ସମର୍ଥନ ଘୋଷଣା କରିଛି ରାଜ୍ୟ କଂଗ୍ରେସ । ଓଡ଼ିଶାରେ ବନ୍ଦ ପାଳନକୁ ସମର୍ଥନ ଘୋଷଣା କରିଛି କଂଗ୍ରେସ । ବନ୍ଦକୁ ସଫଳ କରିବା ପାଇଁ ସବୁ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଆହ୍ଵାନ ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ବନ୍ଦକୁ ୮ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ଭାରତ ବନ୍ଦ ଯୋଗୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଲୋକସେବା ଭବନର ସମସ୍ତ ପ୍ରବେଶ ପଥ ସକାଳ ୧୦ଟା ୧୫ ସୁଦ୍ଧା ବନ୍ଦ ହୋଇଯିବ । ସକାଳ ୯ଟା ୩୦ ସୁଦ୍ଧା କର୍ମଚାରୀ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି । କର୍ମଚାରୀଙ୍କ ପରିଚୟ ପତ୍ର ଓ ପାସ୍‌ ଆଦିକୁ କଡାକଡି ଭାବେ ଯାଞ୍ଚ କରାଯିବ । ବନ୍ଦ ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ରାଜଧାନୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି ।

odisha bandhରାଜ୍ଯର ବିଭିନ୍ନସ୍ଥାନରେ ବନ୍ଦର ପ୍ରଭାବ:

ସେହିପରି ବରଗଡ଼ ଜିଲ୍ଲାରେ ମଧ୍ଯ ଦେଖିବାକୁ ମିଳିଛି ଭାରତ ବନ୍ଦର ପ୍ରଭାବ। ଦୋକାନ, ବଜାର ଅଫିସ ବନ୍ଦ ରହିବା ସହ ଯାନବାହାନ ଚଳାଚଳ ଠପ୍‌ ହୋଇଯାଇଛି। କର୍ମୀମାନେ ସକାଳ ୬ଟାରୁ ପିକେଟିଂ କରି ରାସ୍ତାରୋକ କରିଛନ୍ତି। ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ବନ୍ଦରେ ଚାଷୀ ସଙ୍ଗଠନ, କଂଗ୍ରେସ ଦଳ ଓ ଆମ ଆଦମୀ ପାର୍ଟି ସହ ବିଭିନ୍ନ ସଙ୍ଗଠନ ସାମିଲ ହୋଇଛି।

ଅନ୍ଯପଟେ ବାଲେଶ୍ୱରରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସଂଯୁକ୍ତ କିଶାନ ମୋର୍ଚ୍ଚା ଓ କୃଷକ ସଂଘର୍ଷ ସମନ୍ଵୟ ସମିତି ପକ୍ଷରୁ ବାଲେଶ୍ୱର ଷ୍ଟେସନରେ ରେଳ ରୋକ କରାଯାଇଥିଲା । ୨ ନମ୍ବର ପ୍ଲାଟଫର୍ମରେ ଭଦ୍ରକ ହାଓ୍ଵଡା ଏକ୍ସପ୍ରେସ୍‌ ଅଟକି ରହିଥିଲା ।

ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ମଧ୍ଯ ଦେଖିବାକୁ ମିଳିଛି ଭାରତ ବନ୍ଦର ପ୍ରଭାବ। ଏସ୍‌ପିଗୁଡା ଛକରେ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ସନ କରିଛନ୍ତି। ଫଳରେ ସହରର ଦୋକାନ ବଜାର ବନ୍ଦ ରହିବା ସହ ଗାଡି ମୋଟର ଚଳାଚଳ ଠପ୍‌ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.