ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ, ମ୍ୟାଚ୍‌ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କେନ୍ଯୁଜ୍: ଭାରତ ଇଂଲଣ୍ଡ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ । ପ୍ରଥମ ଦିନିକିଆ ଜିତିବା ପରେ ଆଜିର ମ୍ୟାଚ୍‌ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଭାରତ । ଶ୍ରେୟସ ଆୟର ଆହତ କାରଣରୁ ବାଦ ପଡିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ମ୍ୟାଚ ଖେଳିବା ଯଥେଷ୍ଟ ସମ୍ଭାବନା ରହିଛି । ସୂର୍ଯ୍ୟକୁମାର ଆଜି ତାଙ୍କର ଦିନିକିଆ କ୍ରିକେଟ ଜୀବନ ଆରମ୍ଭ କରିପାରନ୍ତି । ପ୍ରଥମ ମ୍ୟାଚରେ କହୁଣିରେ ଆଘାତ ଲାଗିଥିବାରୁ ଆଜି ମ୍ୟାଚରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇପାରେ । ରୋହିତ ଶର୍ମା ନ ଖେଳିଲେ, ଶିଖର ଧାଓ୍ଵନଙ୍କ ସହ କେ ଏଲ ରାହୁଲ ଓପନ କରିପାରନ୍ତି ।

ଓ୍ଵିକେଟ କିପର ଋଷଭ ପନ୍ତ ମଧ୍ୟକ୍ରମରେ ଖେଳିପାରନ୍ତି । ଯୁବ ବ୍ୟାଟସମ୍ୟାନ ଶୁବମନ ଗିଲ ରୋହିତଙ୍କ ସ୍ଥାନରେ ଖେଳିପାରନ୍ତି । ପ୍ରଥମ ମ୍ୟାଚରେ ଡେବ୍ୟୁ କରିଥିବା କୃଣାଲ ପାଣ୍ଡ୍ୟା ଓ ପ୍ରସିଦ୍ଧ କ୍ରିଷ୍ଣା ଟିମ୍‌ ସ୍ଥାନ ପକ୍କା କରିଛନ୍ତି । ପ୍ରଥମ ମ୍ୟାଚରେ ଭୁବନେଶ୍ୱର କୁମାର, ସାର୍ଦ୍ଦୁଲ ଠାକୁର ଓ ପ୍ରସିଦ୍ଧ କ୍ରିଷ୍ଣା ଭଲ ବୋଲିଂ କରିଥିଲେ । ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କୁ ଆଜି ପରିବର୍ତ୍ତନ କରାଯାଇପାରେ । ଅନ୍ୟପଟେ ଇଂଲଣ୍ଡ ଦଳର ଅଧିନାୟକ ମୋର୍ଗାନ ଅନଫିଟ୍‌ ହେବାରୁ ଶେଷ ଦୁଇଟି ଦିନିକିଆରୁ ନିଜେ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଜୋଶ ବଟ୍ଟଲରଙ୍କୁ ଇଂଲଣ୍ଡ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଡାଓ୍ଵିଡ ମଲାନଙ୍କୁ ଇଂଲଣ୍ଡ ଦଳରେ ସାମିଲ କରାଯାଇଛି । ପୂର୍ବରୁ ଟେଷ୍ଟ ଓ ଟି ଟେ୍ଵଣ୍ଟି ସିରିଜ୍‌ ଜିତିଛି ଟିମ୍‌ ଇଣ୍ଡିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.