ବାହାଘର ସାରି ଫେରୁଥିବାବେଳେ ବରଯାତ୍ରୀ ଗାଡିକୁ ଧକ୍କା ଦେଲା ଟ୍ରକ୍, ୮ ଗୁରୁତର

ସୁବର୍ଣ୍ଣପୁର: ବାହାଘର ସାରି ଫେରୁଥିବାବେଳେ ବରଯାତ୍ରୀ ଗାଡିକୁ ଧକ୍କା ଦେଲା ଟ୍ରକ। ବଲାଙ୍ଗିର-ସୋନପୁର ରାସ୍ତା ବଡଝିଙ୍କି ନିକଟରେ ବୋଲେରୋ-ଟ୍ରକ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ବରଯାତ୍ରୀମାନେ ହରିନାପାଲି ଗାଁରୁ ପାଟମାଗଡ଼ ବରଯାତ୍ରୀ ଯାଇ ଫେରୁଥିବାବେଳେ ରାସ୍ତା ଉପରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଥିଲା। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.