ବଢ଼ିଲା ସାଂସଦ ଓ ବିଧାୟକଙ୍କ ନିର୍ବାଚନୀ ଖର୍ଚ୍ଚ: ସାଂସଦ ପ୍ରାର୍ଥୀ ୯୫ ଲକ୍ଷ ଟଙ୍କା ଓ ବିଧାୟକ ପ୍ରାର୍ଥୀ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ

କେନ୍ୟୁଜ୍(ବ୍ୟୁରୋ):  ବଢ଼ିଲା ସାଂସଦ ଓ ବିଧାୟକଙ୍କ ନିର୍ବାଚନୀ ଖର୍ଚ୍ଚ । ସବୁ ରାଜ୍ୟ ପାଇଁ ନିର୍ବାଚନୀ ଖର୍ଚ୍ଚ ରାଶିକୁ ବୃଦ୍ଧି କରିଛନ୍ତି ନିର୍ବାଚନ କମିଶନ । ଏଣିକି ଓଡ଼ିଶାରେ ସାଂସଦ ପ୍ରାର୍ଥୀ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ।

ପୂର୍ବରୁ ସାଂସଦ ପ୍ରାର୍ଥୀ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ନେଇ ବ୍ୟବସ୍ଥା ଥିଲା । ସେହିପରି ଜଣେ ବିଧାୟକ ପ୍ରାର୍ଥୀ ଏଣିକି ନିର୍ବାଚନରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ପୂର୍ବରୁ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ନେଇ ବ୍ୟବସ୍ଥା ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.