ନକଲି ଭୋଟରଙ୍କୁ ରାଜ୍ୟ ନିର୍ବାଚନ କମିସନଙ୍କ ସତର୍କବାଣୀ, ଧରା ପଡ଼ିଲେ ବନ୍ଧା ହେବେ

ଭୁବନେଶ୍ୱର(କେନ୍ୟୁଜ) : ନକଲି ଭୋଟରଙ୍କୁ ରାଜ୍ୟ ନିର୍ବାଚନ କମିସନ ଦେଇଛନ୍ତି ସତର୍କ ବାଣୀ । ନିର୍ବାଚନ ବେଳେ କେହି ନକଲି ଭୋଟର ଧରା ପଡ଼ିଲେ ତାଙ୍କୁ ପୋଲିସ ଜିମା ଦିଆଯିବ । ଯଦି ପ୍ରାର୍ଥୀମାନଙ୍କ ଏଜେଣ୍ଟ ଭୋଟରଙ୍କ ପରିଚୟ ଉପରେ ଆପତ୍ତି କରନ୍ତି ତେବେ ଏହାକୁ ଚ୍ୟାଲେଞ୍ଜ କରିପାରିବେ । ୨ଟଙ୍କା ଦେଇ ଭୋଟରଙ୍କ ପରିଚୟ ପତ୍ରକୁ ଚ୍ୟାଲେଞ୍ଜ କରିପାରିବେ ଏଜେଣ୍ଟ।

ଏହାସହ ପ୍ରିଜାଇଡିଂ ଅଫିସରମାନେ ସ୍ପଟ ଉପରେ ଯାଞ୍ଚ କରିପାରିବେ। ଅଭିଯୋଗ ସତ ପ୍ରମାଣିତ ହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଜିମା ଦିଆଯିବ। ଅଭିଯୋଗ ମିଥ୍ୟା ପ୍ରମାଣିତ ହେଲେ ସେ ଭୋଟ ଦେଇପାରିବେ। ସେହିପରି ଜଣଙ୍କ ସ୍ଥାନରେ ଆଉ ଜଣେ ଭୋଟ ଦେଇଥିଲେ ସେ ଭୋଟକୁ କାଉଣ୍ଟ କରାଯିବ ନାହିଁ।

ସେ କ୍ଷେତ୍ରରେ ସଂପୃକ୍ତ ବ୍ୟକ୍ତିଙ୍କୁ ଟେଣ୍ଡଡ୍ ଭୋଟ ପାଇଁ ଅନୁମତି ମଳିବ। ଭୋଟ ଦେଇଥିବା ବାଲାଟ ପେପରକୁ ଅଲଗା ରଖାଯିବ ବୋଲି ନିର୍ବାଚନ କମିସନଙ୍କ ସଚିବ କହିଛନ୍ତି। ସେହିପରି ପୋଲିଂ ଅଫିସରମାନଙ୍କ ପାଇଁ ଭୋଟଦେବା ବ୍ୟବସ୍ଥା ରହିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.