ଅଘୋଷିତ ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ, ଶେଷ ହେଉନି ଗ୍ରୀଡ଼୍‍ ନିର୍ମାଣ କାର୍ଯ୍ଯ

ଭଦ୍ରକ (କେନ୍ୟୁଜ୍) : ଶେଷ ହେଉନି ଗ୍ରୀଡ ନିର୍ମାଣ କାର‌୍ୟ୍ୟ । ବାରମ୍ବାର ବିଦ୍ୟୁତ ବିଭ୍ରାଟ ଲୋକଙ୍କୁ ଅସନ୍ତୁଷ୍ଟ କରିଛି । ଭଦ୍ରକ ଚାନ୍ଦବାଲିରେ ଦୀର୍ଘ ଦିନ ଧରି ଲାଗି ରହିଛି ବିଦ୍ୟୁତ ସମସ୍ୟା । ବର୍ଷା ପବନ ନଥିଲେ ବି ଅଘୋଷିତ ବିଦ୍ୟୁତ କାଟରେ ଲୋକେ ସନ୍ତୁଳି ହେଉଛନ୍ତି । ଦୀର୍ଘଦିନ ହେବ ବିଦ୍ୟୁତ ବିଭ୍ରାଟ ଏଠାରେ ବଡ ସମସ୍ୟା ପାଲଟିଛି । ସମସ୍ୟାର ସମାଧାନ ପାଇଁ ଗ୍ରୀଡ଼ ନିର୍ମାଣ କରାଯାଉଛି । ୨୦୧୮ମସିହା ମେ ମାସରେ ଏହି ଗ୍ରୀଡ଼ କାର‌୍ୟ୍ୟ ଶେଷ ହେବାକୁ ଥିଲା । କିନ୍ତୁ ଏଯାଏଁ ଶେଷ ହେଲାନାହିଁ । ପୂର୍ବରୁ ଏହାକୁ ନେଇ ବହୁ ସଂଗଠନ ପ୍ରତିବାଦ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ହେଲେ ଏଥିପ୍ରତି ଦୃଷ୍ଟି ଦିଆଯାଇନାହିଁ । ଯାହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.