Below header

ଦେଖୁ ଦେଖୁ ଆଖିପିଛୁଳାକେ ଜଳିଗଲା ଇଲେକ୍ଟ୍ରି ସ୍କୁଟର, ଅଳ୍ପରେ ବର୍ତିଲେ ବାପ ପୁଅ

ରାଜଧାନୀ ଉପକଣ୍ଠ ଯାଁଳା ଅଞ୍ଚଳ ତଥା ଇମ୍ଫୋଭ୍ୟାଲି ଥାନା ଅଧିନସ୍ଥ ଗୌଡ କାଶିପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଘଟଣରୁ ଅଳ୍ପରେ ବର୍ତି ଯାଇଛନ୍ତି ବାପପୁଅ। ଦେଖୁ ଦେଖୁ ଆଖିପିଛୁଳାକେ ଜଳିଗଲା ଇଲେକ୍ଟ୍ରି ସ୍କୁଟର।

ଯାଁଳା(କେନ୍ୟୁଜ୍): ରାଜଧାନୀ ଉପକଣ୍ଠ ଯାଁଳା ଅଞ୍ଚଳ ତଥା ଇମ୍ଫୋଭ୍ୟାଲି ଥାନା ଅଧିନସ୍ଥ ଗୌଡ କାଶିପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଘଟଣରୁ ଅଳ୍ପରେ ବର୍ତି ଯାଇଛନ୍ତି ବାପପୁଅ। ଏଠାରେ ସୂଚନା ଥାଉକି, ବୃନ୍ଦାବନ ପରିଡା ଯିଏକି ଭୁବନେଶ୍ବରୁ ଗତ କିଛି ଦିନ ତଳେ ଏକ ବ୍ଯାଟେରୀ ଚାଳିତ ସ୍କୁଟର କିଣିଥିଲେ । ତେବେ ସେହି ଗାଡିଟିରେ କିଛି ତୃଟି ଦେଖିବାକୁ ମିଳିଥିଲା। ଏନେଇ ସେ କମ୍ପାନୀକୁ ବାରମ୍ବାର ଫୋନ୍ କରି ଜଣାଇବା ଦ୍ବାରା କିଛି ସୁଫଳ ନ ମିଳିବାରୁ ସେ ଉକ୍ତ ଗାଡିଟିକୁ ଧରି ଶୁକ୍ରବାର ନିଜ ପୁଅ ସହ ଭୁବନେଶ୍ବର ଯିବାକୁ ବାହାରିଲେ । ସେଥିପାଇଁ ମଧ୍ଯାନ୍ନ ୧୨ଟା ସମୟରେ ସେ ଭୁବନେଶ୍ବର ଯିବା ପାଇଁ ତାଙ୍କ ବ୍ଯାଟାରୀ ଗାଡିକୁ ଚାର୍ଜ କରି ଷ୍ଟାଟ୍ କରିଥିଲେ। କିନ୍ତୁ ସେଥିରୁ ପ୍ରଥମେ ଧୂଆଁ ବାହାରି ଥିଲା। ତା ପରେ ହଠାତ୍ ଗାଡିଟି ଜଳି ଉଠିଥିଲା।

ସଙ୍ଗେ ସଙ୍ଗେ ସେ ଉକ୍ତ ଗାଡି ପାଖରେ ଥିବା ଆଉ ୪ଗୋଟି ଗାଡିକୁ ଦୂରେଇନେଇ ପାଖରେ ଥିବା ପାଣି ପାଇପ୍ ଦ୍ବାରା ନିଆଁ ଲିଭାଇ ଥିଲେ। ହେଲେ ସେତବେଳକୁ ଗାଡିଟିର ଅଧା ଅଂଶ ଜଳିଯାଇଥିଲା।  ଏହା ପରେ ଉକ୍ତ ଗାଡି କମ୍ପାନୀକୁ ଫୋନ କରିଥିଲେ ଏବଂ ଗାଡିଟିକୁ କମ୍ପାନୀ ଲୋକ ଆସି ନେଇଯାଇଥିଲା ବେଳେ ଏପରି କାହିଁକି ଘଟିଲା କିଛି  ବୁଝା ପଡିନଥିଲା।

ବାୟୁ ମଣ୍ଡଳକୁ ଦୂଷିତ ନକରିବା ପାଇଁ ସରକାରୀ ଏଭଳି ବ୍ଯାଟେରୀ ଚାଳିତ ଗାଡି ବାହାର କଲେ। ହେଲେ ପ୍ରତିଦିନ ବ୍ଯାଟେରୀ ଚାଳିତ ଗାଡି ପୋଡିଯିବା ଭଳି ଖବର ସାମ୍ନାକୁ ଆସୁଛି।  ଏଥିପ୍ରତି ଉଚିତ୍ ତଦନ୍ତ କରି ଉପଯୁକ୍ତ ପଦକ୍ଷପ ନେବା ଜରୁରୀ ହୋଇପଡିଛି। ନହେଲେ ଆଗାମୀ ଦିନରେ ଏଭଳି  ଦୁର୍ଘଟଣାରୁ ଧନ ଜୀବନ ନଷ୍ଟ ହେବାର ଆଶଙ୍କାକୁ ଏଡାଇ ନ ଦିଆଯାଇପରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.