ମୟୂରଭଞ୍ଜ : ଶୋଇଥିବାବେଳେ ଘରେ ପଶି ଦଳିଦେଲା ହାତୀ

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ହଳଦିପଦା ଗାଁରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗାଁର ସାଧବାଣୀ ସିଂ । ସାଧବାଣୀ ଶୋଇଥିବାବେଳେ ଘରେ ପଶି ହାତୀ ତାଙ୍କୁ ଦଳିଦେଇଥିଲା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ବୈଶିଙ୍ଗା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ମେଡିକାଲକୁ ପଠାଇଛି । ଗତ କିଛି ଦିନ ହେଲା ରାସଗୋବିନ୍ଦପୁର, ବେତନଟି ଆଦି ରେଞ୍ଜରେ ହାତୀଙ୍କ ଉପଦ୍ରବ ଜାରି ରହିଛି

Leave A Reply

Your email address will not be published.