ସମ୍ବଲପୁର ପୋଲିସକୁ ବଡ ସଫଳତା, ସଟ୍ଟା କାରବାରରେ ୩ ଗିରଫ

ସମ୍ବଲପୁର ପୋଲିସକୁ ବଡ ସଫଳତା। ଅନ୍ଲାଇନ ସଟ୍ଟା କାରବାରର ପର୍ଦ୍ଦାଫାସ। ସହରର ବିଭିନ୍ନ ପଡ଼ାମାନଙ୍କରେ ଚାଲିଥିବା ସଟ୍ଟା ଖେଳକୁ ନେଇ ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ । ସଟ୍ଟା କାରବାରରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ୩ ଜଣ ହେଲେ ସଂଞ୍ଜୟ ମହାନନ୍ଦ, ମୋହନ ଓରାମ୍ ଏବଂ ହନିଫ୍ ଖାନ୍ । ପୋଲିସ ଏମାନଙ୍କ ନିକଟରୁ ଆଠ ହଜାର ଟଙ୍କା ଓ ୩ଟି କଂପ୍ୟୁଟର ଜବତ କରିଛି। ଅପରାଧୀମାନେ ସମ୍ବଲପୁର ସହରର ଅଇଁଠାପାଲି, ବରେଇପାଲି ଏବଂ କ୍ଷେତରାଜପୁର ଥାନା ଅଞ୍ଚଳରେ ସଟ୍ଟା କାରବାର କରି ଆସୁଥିଲେ। ଏହି ସଟ୍ଟା କାରବାରର ଚେର ରାଜ୍ୟ ବାହାରକୁ ଲମ୍ବିଛି ବୋଲି ପୋଲିସ କହିଛି।

Leave A Reply

Your email address will not be published.