Below header

ତାଳଚେର ସହରରେ ଘୂରିବୁଲୁଛି ନରହନ୍ତା ହାତୀ, ଗୋଟିଏ ଗାଈ ମାରିବା ସହ ଭାଙ୍ଗିଛି ଘରଦ୍ୱାର ଓ ପାଚେରୀ

ତାଳଚେର: ତାଳଚେର ସହରରେ ଘୂରିବୁଲୁଛି ନରହନ୍ତା ହାତୀ। ଦୁଇ ଦିନ ହେବ ହାତୀଟି ଘଣ୍ଟପଡା ସ୍କୁଲ ନିକଟରେ ଥିବା ପଡିଆରେ ବୁଲୁଥିବା ଦେଖିବାକୁ ମିଳିଛି । ଗତକାଲି ହାତୀଟି ଗୋଟିଏ ଗାଈ ମାରିବା ସହ ଘରଦ୍ୱାର ଓ ପାଚେରୀ ଭାଙ୍ଗିଛି । ତେବେ ଆଖପାଖରେ ବହୁ ସଂଖ୍ୟାରେ ଘର ଥିବାରୁ ହାତୀକୁ ଘଉଡାଇବାରେ ବିଫଳ ହୋଇଛି ବନ ବିଭାଗ । ସୂଚନା ଅନୁଯାୟୀ, ଗତବର୍ଷ ଏହି ହାତୀଟି ସହର ମଧ୍ୟରେ ଆତଙ୍କ ଖେଳାଇ କିଛି ଲୋକଙ୍କୁ ମାରିଥିଲା । ପରେ ନନ୍ଦନକାନନରୁ ଟ୍ରାଙ୍କୁଲାଇଜର ଟିମ ଆସି ହାତୀଟିର ଦାନ୍ତ କାଟିଥିଲେ । ତେବେ ଚଳିତ ବର୍ଷ ପୁଣି ଥରେ ହାତୀକୁ ଦେଖି ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.