Below header

ମୟୁରଭଞ୍ଜରେ ଅଘଟଣ : ଯାତ୍ରୀବାହୀ ବସ୍‌କୁ ଠେଲି ନେଲା ଜଙ୍ଗଲୀ ହାତୀ, ଦେଖନ୍ତୁ ଭିଡିଓ

ବାରିପଦା (କେନ୍ୟୁଜ୍‌) : ଏବେ ସାରା ରାଜ୍ୟରେ ହାତୀଙ୍କ ଉତ୍ପାତ ସୀମା ଟପିଛି । ଆଉ ତା ଭିତରେ ଆଜି ଯେଉଁ ଘଟଣା ଘଟିଛି ତାହା ଛାତି ଥରାଇ ଦେଲା ଭଳି । ବର୍ତ୍ତମାନ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀ ଆତଙ୍କ ଭିତରେ ଜୀଉଛନ୍ତି ଲୋକେ । ସେହି ସମୟରେ ରାସଗୋବିନ୍ଦପୁର ରେଞ୍ଜରେ ଗୋଟିଏ ହାତୀ ଟିକପଦା ଠାରେ ଯାତ୍ରୀବାହୀ ବସକୁ ଠେଲି ନେଇ ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଓଲମରାରୁ ତାରିଣୀ ନାମକ ଏକ ଯାତ୍ରୀବାହୀ ବସ ଯାତ୍ରୀନେଇ ରାସଗୋବିନ୍ଦପୁର ପଟେ ଆସୁଥିଲା । ଏତିକ ବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲା । ଦନ୍ତା ହାତୀଟି ବସ୍‌ଟିକୁ ପଛପଟୁ ବେଶ କିଛି ଦୂର ଠେଲି ନେଇଥିଲା । ସେତେବେଳେ ଯାତ୍ରୀମାନେ ଜୀବନରୁ ପାଣି ଛଡ଼ାଇ ଦେଇଥିଲେ । ଲାଗୁଥିଲା ଯେକୌଣସି ମୁହୂର୍ତ୍ତରେ ହାତୀଟି ବସ୍‌କୁ ଓଲଟାଇ ଦେବ । ଯଦିଓ ହାତୀଟି ବେଶି ଆଗକୁ ଯାଇ ନଥିଲା ତଥାପି ତା ଆକ୍ରମଣରେ ବସ୍‌ର କାଚ ଭାଙ୍ଗି ଯାଇଥିଲା । ବସ୍‌ରେ ଥିବା କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.