Below header

ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ NEET-PG କାଉନସେଲିଂ

ନୂଆଦିଲ୍ଲୀ : ଜାନୁଆରୀ ୧୨ ରୁ ଆରମ୍ଭ ହେବ NEET-PG କାଉନସେଲିଂ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି । ୪ ମାସ ବିଳମ୍ବରେ ଆରମ୍ଭ ହେବ କାଉନସେଲିଂ । ଗତ ସେପଟେମ୍ବରରେ NEET-PG ପରୀକ୍ଷା ହୋଇଥିଲା । କିନ୍ତୁ କାଉନସେଲିଂରେ ବିଳମ୍ବ ହେବାରୁ ନାମଲେଖା ହୋଇପାରିନଥିଲା।

ଗତ ୭ ଚାରିଖରେ NEET-PG କାଉନସେଲିଂ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ । ୨୭ ପ୍ରତିଶତ OBCଙ୍କ ସଂରକ୍ଷଣ ଓ ୧୦ ପ୍ରତିଶତ EWS ସଂରକ୍ଷଣ ସହ ନାମଲେଖା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏ ଏସ ବୋପାନ୍ନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ।

ସର୍ବଭାରତୀୟ କୋଟାରେ MBBS ଓ MD ପାଠ୍ୟକ୍ରମରେ ନାମଲେଖା ପାଇଁ ଥିବା ୨୭ ପ୍ରତିଶତ OBC କୋଟା ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ୨୦୨୧ ଜୁଲାଇ ୨୯ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ NEET-PG କାଉନସେଲିଂ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

ଏହି ଅନୁସାରେ ସର୍ବଭାରତୀୟ ମେଡିକାଲ ସିଟ କୋଟାରେ ଓବିସିଙ୍କ ପାଇଁ ୨୭ ଓ EWS ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରହିଥିଲା । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଖୁବ୍ କମ୍ ସଂରକ୍ଷଣ ସହ ପିଜି ପାଠ୍ୟକ୍ରମରେ ଯୋଗ୍ୟତା ଭିତ୍ତିରେ ନାମଲେଖା ହେଉ ବୋଲି ଆବେଦନକାରୀ ଦର୍ଶାଇଥିଲେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.