ମାନସିକ ଭାବେ ସୁସ୍ଥ ବା ମେଣ୍ଟାଲି ଷ୍ଟ୍ରଙ୍ଗ ରହିବା ପାଇଁ କରନ୍ତୁ ଏହି ସବୁ କାମ, ବଦଳାନ୍ତୁ ନିଜର ଅଭ୍ୟାସ

ବର୍ତ୍ତମାନ ଶାରୀରିକ ଅସୁସ୍ଥତା ଯେତିକି ମାତ୍ରାରେ ଦେଖାଯାଉଛି ତା ଠାରୁ ଅଧିକ ଦେଖାଯାଉଛି ମାନସିକ ଅସୁସ୍ଥତା । ଦିନକୁ ଦିନ ଏହି ମାନସିକ ରୋଗର ଶିକାର ହେଉଛନ୍ତି ଅଧିକ ଯୁବଗୋଷ୍ଠି । ମେଣ୍ଟାଲ ହେଲ୍‌ ଥ ବା ମାନସିକ ଭାବେ ସୁସ୍ଥ ରହିବା ସମସ୍ତଙ୍କ ପାଇଁ ଆବଶ୍ୟକ କାରଣ ଜଣେ ବ୍ୟକ୍ତି ମାନସିକ ଭାବେ ସୁସ୍ଥ ରହିଲେ ହିଁ ଶାରୀରିକ ଅସୁସ୍ଥତା ଠାରୁ ଦୂରେଇ ରହିବେ । ଫିଜିକାଲ ଫିଟନେସ ସହିତ ମେଣ୍ଟାଲି ଷ୍ଟ୍ରଙ୍ଗ ମଧ୍ୟ ରହିବା ଦରକାର । କାରଣ ମାନସିକ ଶାନ୍ତି ମଣିଷ ଜୀବନକୁ ମଜବୁତ କରାଇବା ସହିତ ଶରୀରକୁ ଶକ୍ତି ଯୋଗାଇଥାଏ ଓ ଅନେକ ଭଲ କାମ କରିବା ପାଇଁ ମଧ୍ୟ ଆଗ୍ରହ ଆଣିଥାଏ ।

ମାନସିକ ସ୍ତରରେ ଫିଟ୍ ହେବାର ଲାଭ :

mental health
Picture Credit – The University of Sidney

ଯେତେବେଳେ ଆପଣ ମାନସିକ ସ୍ତରରେ ଫିଟ୍ ରହିବେ ଆପଣ ଅନେକ କିଛି କାମ କରିପାରିବେ । ଦୁନିଆ ସହିତ ଭଲଭାବେ ଯୋଗାଯୋଗ କରିପାରିବେ । ପୁଣି ଏହା ଆପଣ ଶରୀରକୁ ମଧ୍ୟ ସୁସ୍ଥ ରଖିବ ।
. ଆପଣ ଅଧିକ ସଚେତନ ହେବା
. ଭଲ ଭାବେ କୌଣସି କାମର ରେସପଣ୍ଡ କରିପାରିବେ।
. ଠିର ଭାବେ ନିଷ୍ପତି ନେବାରେ ମଧ୍ୟ ଏହା ସାହାଯ୍ୟ କରିବ ।
. ଆପଣଙ୍କର ଦକ୍ଷତା ଓ ସବୁ କ୍ଷେତ୍ରରେ କ୍ଷମତାକୁ ବଢାଇବ ଭଲ ମେଣ୍ଟାଲ ହେଲ୍‌ ଥ।
. ବ୍ୟକ୍ତିଗତ ଏବଂ ବୃତ୍ତିଗତ ଭାବରେ ଉତ୍ତମ ଧ୍ୟାନ, ଏକାଗ୍ରତା, ସମୟ ପରିଚାଳନା ଏବଂ ଯୋଗାଯୋଗ କରିବାର ସକରାତ୍ମକ ପ୍ରଭାବକୁ ବଢାଇବ ।
. ନିଜ ଲୋକଙ୍କ ସହିତ ସମ୍ପର୍କକୁ ବଜାୟ ରଖିବ ।
. ଆଶାବାଦୀତା ବୃଦ୍ଧି କରିବ।
. ଆପଣଙ୍କ ମନରେ ଅଧିକ ଆତ୍ମବିଶ୍ୱାସ ବଢାଇବ ଏହି ମାନସିକ ଶାନ୍ତି । ଏହା ସହିତ ସବୁଠାରୁ ବଡ କଥା ହେଉଛି ଆପଣଙ୍କୁ ଭଲ ନିଦ ମଧ୍ୟ ହେବ । ଆପଣଙ୍କୁ କୌଣସି ରୋଗ ମଧ୍ୟ ହେବ ନାହିଁ ।

ମାନସିକ ଶାନ୍ତି ବା ମେଣ୍ଟାଲ ହେଲ୍‌ଥ ପାଇଁ ଆପଣାନ୍ତୁ ଏହି ଉପାୟ :

mental health
Picture Credit – Amazon.com

୧. ଦିନକୁ ପ୍ରାୟ ୩୦ ମିନିଟ୍‌ ବହି ପଢନ୍ତୁ

ଦିନକୁ ପ୍ରାୟ ୩୦ ମିନିଟ୍‌ ଆପଣଙ୍କ ମନ ପସନ୍ଦର ବହି ପଢନ୍ତୁ । କାରଣ ଏହା ବ୍ରେନ ବୁଷ୍ଟର ଭଳି କାମ କରିଥାଏ । ଏକ ରିସର୍ଚ୍ଚରୁ ଜଣା ପଡିଛି ଯେ ସବୁଦିନେ କେବଳ ୩୦ ମିନିଟ ପର୍ଯ୍ୟନ୍ତ ବହି ପଢିଲେ ଏହା ଆପଣଙ୍କ ଆଧ୍ୟାତ୍ମିତ ଶକ୍ତି ବଢାଇବା ସହିତ ଆପଣଙ୍କୁ ଜ୍ଞାନୀ କରିଥାଏ । ଆପଣଙ୍କୁ କୌଣସି ଜିନିଷ ଉପରେ ଫୋକସ କରିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ । ବିଭିନ୍ନ ପ୍ରକାରର ଅଥରଙ୍କ ବହି ପଢିବା ଦ୍ୱାରା ଆପଣ ଦୁନିଆ ବିଷୟରେ ଅନେକ କିଛି ଜାଣିପାରିବେ।

mental health
Picture Credit – The Conversation

୨. ମେଡିଟେସନ ଅଭ୍ୟାସ କରନ୍ତୁ

ମେଡିଟେସନ କରିବା ଦ୍ୱାରା ମସ୍ତିଷ୍କ ଶାନ୍ତ ରହିଥାଏ ଓ ଅନେକ କାମରେ ଏହା ନିଷ୍ପତି ନେବାକୁ ସାହାଯ୍ୟ କରେ । ସ୍ମରଣ ଶକ୍ତିକୁ ବଢାଇଥାଏ ଓ ଏହା ସହିତ ମେମୋରୀ ପାୱାରକୁ ବଢାଇଥାଏ । ଏହା ଚିନ୍ତାକୁ ହ୍ରାସ କରିବାରେ ସାହାଯ୍ୟ କରିବା ସହିତ ଭଲ ଭାବେ ନିଦ ଆଣିଥାଏ । ଆପଣଙ୍କ ମନୋବଳକୁ ବଢାଇବାରେ ସାହାଯ୍ୟ କରେ ।

୩. ଏହି ହୋମ୍‌ ଗେମ ମଧ୍ୟ ଖେଳନ୍ତୁ

ମାନସିକ ଶାନ୍ତି ପାଇଁ ଆପଣଙ୍କୁ ହୋମ୍‌ ଗେମ ମଧ୍ୟ ଖେଳିବା ଦରକାର । ଏହି ଖେଳଗୁଡିକ ଆପଣଙ୍କ ମସ୍ତିଷ୍କକୁ ମଜବୁତ ଏବଂ ତୀକ୍ଷ୍ଣ କରିବାରେ ସାହାଯ୍ୟ କରେ । ଆପଣ ପଜଲ୍, କ୍ରସ୍ ୱାର୍ଡ, ସୁଡୋକୁ, ସ୍କ୍ରାବଲ୍, ଚେସ୍ କିମ୍ବା ରୁବିକ୍ କ୍ୟୁବ୍ ମଧ୍ୟ ଚେଷ୍ଟା କରିପାରିବେ । ପ୍ରତିଦିନ ଏହି ଖେଳଗୁଡିକ ଖେଳିବା ପାଇଁ ପ୍ରାୟ ୧୫ ରୁ୨୦ ମିନିଟ୍‌ ନିଅନ୍ତୁ । ଏହା ଆପଣଙ୍କ ବ୍ରେନକୁ ସାର୍ପ କରାଇଥାଏ ।

୪. ଦିନ ସମୟରେ ୨୦ ମିନିଟର ଶୋଇବା ପାଇଁ ଚେଷ୍ଟ କରନ୍ତୁ

ଦିନରେ ଶୋଇବା ପାଇଁ କିଛି ଲୋକେ ପସନ୍ଦ କରନ୍ତି ନାହିଁ କିନ୍ତୁ ଆପଣ ଦିନରେ ପ୍ରାୟ ୨୦ ମିନିଟ ମିଡ୍‌ ଡେ ନ୍ୟାପ ନେବା ପାଇଁ ଚେଷ୍ଟା କରନ୍ତୁ । ଏହା ଆପଣଙ୍କ ସ୍ମରଣ ଶକ୍ତି ବଢାଇବା ସହିତ ଆପଣଙ୍କ ମେମୋରୀ ପାୱାର ବଢାଇଥାଏ । ବ୍ରେନକୁ ରେଷ୍ଟ ଦେଇଥାଏ ।

୫. ମନ, ମସ୍ତିଷ୍କ ସୁସ୍ଥ ଓ ମଜବୁତ ରଖିବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

ଆମେ ଅନେକ ପ୍ରକାର ଖାଦ୍ୟ ଖାଇଥାଉ କିନ୍ତୁ ନିଜ ମନକୁ ଶାନ୍ତି ଦେବା ପାଇଁ ଓ ବ୍ରେନକୁ ଭଲ ରଖିବା ପାଇଁ ଆଉ କିଛି ଖାଦ୍ୟ ମଧ୍ୟ ଆପଣଙ୍କୁ ଖାଇବାକୁ ପଡିବ । ଆଭୋକାଡୋ, ବାଦାମ, ଫ୍ଲାକ୍ସସିଡ୍, ମାଛ ଏବଂ ଅଲିଭ୍ ତେଲ, ବାଦାମ ତେଲ ଖାଆନ୍ତୁ । ଅଧିକ ସବୁଜ ପନିପରିବା ଖାଆନ୍ତୁ ଏବଂ ଆପଣଙ୍କ ଖାଦ୍ୟରୁ ଚିନି କୁ ବାଦ୍‌ ଦିଅନ୍ତି । ଏହା ସହିତ ଆବଶ୍ୟକତା ଅନୁଯାୟୀ ପାଣି ଫିଅନ୍ତୁ । ସବୁଠାରୁ ବଡ କଥା ହେଉଛି ଆପଣ ସବୁଦିନେ ଯୋଗ ମଧ୍ୟ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.