ଢେଙ୍କାନାଳ(କେନ୍ୟୁଜ୍): ଟ୍ରନ୍ ଧକ୍କାରେ ମାଇ ହାତୀ ମୃତ । ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କଇଁଥପୋଲିଆ ନିକଟରେ ଏକ ମାଇ ହାତୀର ମୃତ୍ୟୁ ହୋଇଛି । ଆଜି ଭୋର ସମୟରେ ଏକ ହାତୀ ପଲ ଟ୍ରେନ୍ ଲାଇନ୍ ପାର ହେଉଥିବାବେଳେ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା। ଏଥିରେ ଏକ ମାଇ ହାତୀର ମୃତ୍ୟୁ ହୋଇଥିଲା। ତେବେ ହାତୀର ବୟସ ଜଣାପଡିନାହିଁ। ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।