ବହୁ କଷ୍ଟ ଯନ୍ତ୍ରଣା ସହିଲା ପରେ ଆଜି ଆଖିବୁଜିଲା ଗୁଳିବିଦ୍ଧ ଦନ୍ତାହାତୀ

ନରସିଂହପୁର (କେନ୍ୟୁଜ) : ବହୁ ଚର୍ଚ୍ଚିତ ଗୁଳି ବିଦ୍ଧ ହାତୀ ବହୁ କଷ୍ଟ ଯନ୍ତ୍ରଣା ସହିଲା ପରେ ଶେଷରେ ଜୀବନ ହାରିଛି। କିଛି ଦିନ ଗୁଳି ଖାଇଲା ପରେ ବେଶାହାର ହୋଇ କଷ୍ଟ ସହି ନପାରି ଜଙ୍ଗଲରୁ ବାହାରି ଗ୍ରାମ ମୁହାଁ ହୋଇଥିଲା ନିଜ ଜୀବନ ବଞ୍ଚାଇବା ପାଇଁ । ନିଜ ର ଜୀବନ ବଞ୍ଚାଇବା ପାଇଁ ବହୁ ନେହୁରା ହୋଇଥିଲା ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ , ହେଲେ କେହି ଶୁଣିନଥିଲେ ସେ ନିରୀହ ହାତୀ ର କୋହ ଭରା ବିକଳ ଚିତ୍କାର।

ସ୍ଥାନୀୟ ବିଧାୟକ ଦେବୀ ମିଶ୍ର ଏହି ଘଟଣା ଜାଣିବା ପରେ ସୋସିଆଲ ମିଡ଼ିଆ ରେ ପୋଷ୍ଟ୍ କରି ଜଙ୍ଗଲ ବିଭାଗ କୁ ଅବଗତ କରାଇଥିଲେ ଓ ପରେ ତତ୍ପର ହୋଇଥିଲା ପ୍ରଶାସନ ଏବଂ ହାତୀ ର ଜୀବନ ରକ୍ଷା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ । ବହୁ ଦିନ ଜୀବନ ସହ ସଙ୍ଘର୍ଷ କରିବା ପରେ ଶେଷ ରେ ଆଜି ଆଖି ବୁଜିଲା ଗଜ ରାଜ ୮ ଦିନ ଧରି ମରଣ ସହ ସଙ୍ଘର୍ଷ କରୁଥିବା ଗଜରାଜ୍ ଙ୍କ ମୃତ ର ଖବର ପାଇଲା ପରେ ନରସିଂହପୁର ବାସିଙ୍କ ମନ ରେ ଦୁଃଖ ର ଲହରୀ ଖେଳି ଯାଇଛି । ହାତୀ ମୃତ୍ୟୁ ର କାରଣ ଶୀଘ୍ର ବାହାର କରିବା ପାଇଁ ସ୍ଥାନୀୟ ରେ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.