Below header

ବିଦ୍ୟୁତ ଆଘାତରେ ମାଈହାତୀର ମୃତ୍ୟୁ

ବରଗଡ଼ (କେନ୍ଯୁଜ୍): ବିଦ୍ୟୁତ ଆଘାତରେ ମାଈହାତୀର ମୃତ୍ୟୁ। ବରଗଡ଼ ଜିଲ୍ଲା ଭଟଲି ରେଞ୍ଜ ଅମ୍ବାଭୋନା ବ୍ଳକ ଅଲେଖପୁର ଗାଁର ଗୌଡପାଲୀ ରାସ୍ତା ନିକଟ ଏକ ବିଲ ଭିତରେ ମାଈହାତୀର ମୃତ୍ୟୁ ଘଟିଛି।

କିଛିଦିନ ଧରି ବାରପାହାଡ଼ ଜଙ୍ଗଲରୁ ଏକ ହାତୀପଲ ଆଗରୁ ବୁଲାବୁଲି କରୁଥିବା ଦେଖାଯାଇଥିଲା। ପରେ ଗତକାଲି ମାଈହାତୀର ମୃତଦେହ ଠାବ ହୋଇଛି। ହାତୀର ବୟସ ପ୍ରାୟ ୧୫ରୁ ୧୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ଇଲେକ୍ଟ୍ରିଂ ହାକିଂରୁ ସଟସର୍କିଟରେ ହାତୀ ମରିଥିବାର ଅନୁମାନ କରାଯାଉଥିବା ବେଳେ କାରଣ ବର୍ତ୍ତମାନ ବି ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଜଙ୍ଗଳ ବିଭାଗ ଅଧିକାରୀ ଓ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଅଧିକାରୀ ପହଞ୍ଚିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.