Below header

ମୟୂରଭଞ୍ଜ କଦଳିବାଡି ଗାଁରେ ଅଘଟଣ: ପୋଖରୀରେ ବୁଡି ୨ ଶିଶୁ ମୃତ

କରଞ୍ଜିଆ(କେନ୍ଯୁଜ୍): ପୋଖରୀରେ ବୁଡି ୨ ଶିଶୁ ମୃତ। ମୟୂରଭଞ୍ଜ ମହୁଲଡିହା ଥାନା କଦଳିବାଡି ଗାଁରେ ଘଟିଛି ଏହି ଅଘଟଣ। ମୃତ ଶିଶୁ ୨ ଜଣଙ୍କ ବୟସ ୩ ବର୍ଷ। ଗତକାଲି ଅପରାହ୍ନରେ ଦୁଇ ଜଣ ଘର ପାଖରେ ଖେଳୁଥିଲେ। ଦୀର୍ଘ ଘଣ୍ଟା ପରେ ପରିବାରଲୋକେ ସେମାନଙ୍କୁ ନପାଇବାରୁ ଖୋଜାଖୋଜି କରିଥିଲେ।

ତେବେ ସନ୍ଧ୍ୟାବେଳେ ଦୁଇ ଜଣଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ଉଦ୍ଧାର କରି ଦୁଇ ଜଣଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମହୁଲଡିହା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.