ବ୍ଲଡ୍‌ ସୁଗାର ଲେବଲ କମାଇବ ଜୁଆଣି, ଜାଣନ୍ତୁ ଖାଇବାର ସଠିକ୍‌ ଉପାୟ

ସମସ୍ତଙ୍କ ରୋଷେଇ ଘରେ ଜୁଆଣି ସହଜରେ ମିଳିଯାଏ। ଏହା କେବଳ ବ୍ୟଞ୍ଜନର ସ୍ୱାଦ ବଢ଼ାଏନି ବରଂ ଶରୀର ପାଇଁ ବି ବେଶ୍‌ ଲାଭଦାୟକ ହୋଇଥାଏ। ସାଧାରଣତଃ ଜୁଆଣି ପାଟିକୁ ରାଗ ଓ କଡ଼ା ଲାଗେ। ଏଣୁ କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରିନଥାନ୍ତି। କିନ୍ତୁ ଏହାକୁ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ।

ଜୁଆଣିରେ ପ୍ରୋଟିନ୍‌, ଫ୍ୟାଟ୍‌, ଖଣିଜ ତତ୍ତ୍ୱ, ଫାଇବର ଓ କାର୍ବୋହାଇଡ୍ରେଟ୍‌ ରହିଛି, ଯାହା ହଜମ କ୍ରିୟାକୁ ତ୍ୱରାନ୍ଵିତ କରିଥାଏ। ଏଥିସହ ବ୍ଲଡ୍‌ ସୁଗାରକୁ ବି ନିୟନ୍ତ୍ରଣ କରେ। ଏହା ଇମ୍ୟୁନିଟି ସିଷ୍ଟମ୍‌କୁ ବି ମଜଭୁତ କରେ। ତେବେ ଆଜି ଆସନ୍ତୁ ଜାଣିବା ବ୍ଲଡ ସୁଗାରକୁ କଣ୍ଟ୍ରୋଲ କରିବାକୁ ଜୁଆଣିକୁ କେମିତି ସେବନ କରିବେ ସେ ସମ୍ପର୍କରେ…

  • ବ୍ଲଡ୍‌ ସୁଗାର ରୋଗୀ ୩ ଗ୍ରାମ୍‌ ଜୁଆଣିକୁ ୧୦ ମିଲି ରାଶି ତେଲରେ ମିଶାଇ ସେବନ କରନ୍ତୁ। ଏହାକୁ ଦିନକୁ ତିନି ଥର ଖାଆନ୍ତୁ। ସୁଗାର ଲେବଲ ଶୀଘ୍ର କମିବ।
  • ଖାଇବା ପରେ ଜୁଆଣିର ଚା’ ପିଇବା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ଜୁଆଣିର ଚା’ କରିବା ପାଇଁ ଏକ ପ୍ୟାନ୍‌ରେ ୧ କପ୍‌ ପାଣି ନିଅନ୍ତୁ। ସେଥିରେ ଅଧ ଚାମଚ ଜୁଆଣି, ଅଧ ଚାମଚ ପାନ ମଧୁରୀ ଓ ଛୋଟ ଚାମଚ ଡାଲଚିନି ପାଉଡର ମିଶାନ୍ତୁ। କିଛି ସମୟ ଏହାକୁ ଫୁଟାନ୍ତୁ। ଖାଦ୍ୟ ଖାଇବାର ୪୫ ମିନିଟ୍‌ ପରେ ଏହାକୁ ସେବନ କରନ୍ତୁ। ଏହାକୁ ନିୟମିତ ପିଇବା ଦ୍ୱାରା ବ୍ଲଡ୍‌ ସୁଗାର ଲେବଲ ନିୟନ୍ତ୍ରଣରେ ରହେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.