ରାଜଧାନୀରେ ଜଙ୍ଗଲୀ ହାତୀର ଉପଦ୍ରବ, ଘଉଡାଇବା ପାଇଁ ତିନିଟି ବନ ବିଭାଗ ଟିମ୍‌ ନିୟୋଜିତ

ଭୁବନେଶ୍ୱର:  ଭୁବନେଶ୍ୱରରେ ଜଙ୍ଗଲୀ ହାତୀ ଉପଦ୍ରବ । ଇନଫୋସିଟି ଅଞ୍ଚଳରେ ଥିବା ଜଙ୍ଗଲରେ ଏକ ବଡ଼ ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ହାତୀ ଘଉଡାଇବା ପାଇଁ ବନ ବିଭାଗର ତିନିଟି ଟିମ୍‌ ନିୟୋଜିତ ହୋଇଛନ୍ତି । ହାତୀକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅବଶ୍ୟ ହାତୀ କାରଣରୁ କୌଣସି ପ୍ରକାର କ୍ଷୟକ୍ଷତି ହୋଇଥିବା ଜଣାଯାଇନାହିଁ ।

ଚନ୍ଦକା- ଡମପଡ଼ା ଅଭୟାରଣ୍ୟ ଅଞ୍ଚଳର ଏହି ହାତୀଟି ହୋଇଥିବା ସୂଚନାରୁ ଜଣାଯାଇଛି । ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଂଚି ହାତୀ ଟିକୁ କାବୁ କରିବାକୁ ଚେଷ୍ଟା କରିବା ସହିତ ପୂର୍ବ ଦଳ ସହ ଭେଟେଇବାକୁ ଚେଷ୍ଟା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.