କରାଚୀର ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ ଉପରେ ଆତଙ୍କବାଦୀ ଆକ୍ରମଣ, ଆତଙ୍କୀଙ୍କ ସମେତ ୧୦ ମୃତ

ପାକିସ୍ତାନର କରାଚୀ ସହରସ୍ଥିତ ‘ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ’ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ମୋଟ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରମଣରେ ସାମିଲ ଥିବା ୪ ଜଣ ଆତଙ୍କବାଦୀଙ୍କୁ ସ୍ଥାନୀୟ ପୋଲିସ ମାରି ଦେଇଛନ୍ତି। ଏଥିସହ ୪ ଜଣ ସିକ୍ୟୁରିଟି ଗାର୍ଡ, ଜଣେ ସାଧାରଣ ନାଗରିକ ଓ ଜଣେ ପୋଲିସ ସବ୍‌ ଇନ୍‌ସପେକ୍ଟର ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏହି ହମ୍‌ଲାରେ ଆତଙ୍କୀଙ୍କୁ ମିଶାଇ ମୋଟ ୧୦ ଜଣଙ୍କ ମୃତ୍ୟୁ ଘଟିଛି।

PAK-1

ପୋଲିସର ସୂଚନାନୁଯାୟୀ ଆଜି ସକାଳ ୯ଟା ବେଳେ ଆତଙ୍କବାଦୀମାନେ ଷ୍ଟକ ଏକ୍‌ଚେଞ୍ଜ ବିଲଡିଂ ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରିବା ବେଳେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ତାଙ୍କୁ ରୋକିଥିଲେ। ଫଳରେ ସେମାନେ ତାଙ୍କ ଉପରକୁ ଗୁଳି ଚଳାଇବା ସହ ହ୍ୟାଣ୍ଡ ଗ୍ରେନେଡ୍‌ ଫିଙ୍ଗିଥିଲେ। ସପ୍ତାହର ପ୍ରଥମ ଦିନ ହୋଇଥିବାରୁ ଅଫିସରେ ପ୍ରବଳ ଭିଡ଼ ଥିଲା।

Karachi Pakistan Stock Exchange Attack Live Updates| Terror Attack ...

ଆତଙ୍କବାଦୀ ଆକ୍ରମଣ ବିଷୟରେ ଖବର ପାଇ ପୋଲିସ ସମେତ୍‌ ବମ୍‌ ସ୍କାର୍ଡ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ ସିଲ୍‌ କରି ଦେଇଥିଲେ। ପୋଲିସ ସହ ଧସ୍ତାଧସ୍ତି ବେଳେ ପ୍ରଥମେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା ବାକି ୩ ଜଣ ବିଲଡିଂ ଭିତରକୁ ପଶିଯାଇଥିଲେ। ପରେ ପାକିସ୍ତାନୀ ରେଞ୍ଜର ଓ ସିନ୍ଧ ପୋଲିସର ଯବାନମାନେ ବିଲଡିଂରେ ଫସିଥିବା ୩ ଆତଙ୍କବାଦୀଙ୍କୁ ମାରି ଫସିଥିବା ଲୋକଙ୍କୁ ବାହାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.