ସମ୍ବଲପୁର: ପଣସ ଖାଇବାକୁ ଆସି ବିଦ୍ୟୁତ ଆଘାତରେ ପ୍ରାଣ ହରାଇଲା ଜଙ୍ଗଲୀ ଭାଲୁ

ସମ୍ବଲପୁର: ପଣସ ଖାଇବାକୁ ଆସି ପ୍ରାଣ ହରାଇଲା ଜଙ୍ଗଲୀ ଭାଲୁ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ବିନ୍ଦପୁର ଗାଁରେ ଘଟି ଯାଇଛି ଏହି ଘଟଣା । ଖବର ଅନୁଯାୟୀ, ଗାଁ ଭିତରକୁ ଭାଲୁଟି ପଣସ ଖାଇବାକୁ ଆସିଥିବା ବେଳେ ୧୧କେଭି ବଦ୍ୟୁତ୍‌ ତାର ସଂଶ୍ପର୍ଶରେ ଆସିଥିଲା । ବିଦ୍ୟୁତ ଆଘାତ ଖାଇ ଘଟଣାସ୍ଥଳରେ ଭାଲୁଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ସକାଳେ ଗ୍ରାମ ବସୀ ଭାଲୁଟିର ମୃତଦେହ ଦେଖିବା ପରେ ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଓ ଶକ୍ତି ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଭାଲୁକୁ ଉଦ୍ଧାର କରିଥିବା ଜଣାଯାଇଛି । ଭାଲୁଟିର ମୃତ ଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.