ପ୍ରଭୁ ଭୋଳାନାଥଙ୍କ ବହୁତ ବଡ ଭକ୍ତ ଥିଲେ ସୁଶାନ୍ତ, ଶିବଭକ୍ତିରେ ବୁଡି ଗାଉଥିଲେ ଗୀତ, ଭିଡିଓ ଭାଇରଲ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁର ଭଗବାନ ଭୋଳାନାଥଙ୍କର ବହୁତ ବଡ ଭକ୍ତ ଥିଲେ। ସେ ସବୁବେଳେ ସୋସିଆଲ ମିଡିଆରେ ଭଗବାନ ଶିବଙ୍କ ଫଟୋ ମଧ୍ୟ ସେୟାର କରୁଥିଲେ। ଏବେ ସୁଶାନ୍ତଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି। ଏହି ଭିଡିଓରେ ସୁଶାନ୍ତ ଏକ ଚେୟାର ଉପରେ ବସି ଅନ୍ଧାରରେ ଭକ୍ତିମୟ ମାହୋଲରେ ଶିବ ଗୀତ ଖାଉଥିବା ନଜର ଆସିଛନ୍ତି।

ଏହି ଭିଡିଓ ସୁଶାନ୍ତ ନିଜ ଘରେ ବସି ଗାଉଛନ୍ତି। ଏହି ଭିଡିଓ ଦେଖି ଆପଣ ଜାଣିପାରିବେ କି, ସୁଶାନ୍ତ କିଭଳି ଶିବ ଭକ୍ତିରେ ବୁଡି ତାଙ୍କ ଗୀତ ଗାଉଛନ୍ତି। କୁହାଯାଉଛି, ସୁଶାନ୍ତ ସିଂ ଭଗବାନଶିବଙ୍କ ବଡ ଭକ୍ତ ବୋଲି ଜଣାପଡୁଛି। ପୂର୍ବରୁ ସୁଶାନ୍ତ ଭୋଳାନାଥଙ୍କ ଉପରେ ଅଧିକ ଆସ୍ଥା ରଖିଥିବା ବେଳେ ଫିଲ୍ମ କେଦାରନାଥ ପରେ ତାଙ୍କ ଆସ୍ଥା ଆହୁରି ବଢିଯାଇଥିଲା।

ସୁଶାନ୍ତ ଯେତେବେଳେ ଗାଁକୁ ଯାଉଥିଲେ, ସେତେବେଳେ ପୂଜା କରିବା ପାଇଁ ମନ୍ଦିର ନିଶ୍ଚିତ ଯାଉଥିଲେ ବୋଲି ତାଙ୍କପରିବାର ଲୋକେ ଏବଂ ସଂପର୍କୀୟ କହିଛନ୍ତି। ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ସୁଶାନ୍ତ ବାନ୍ଦ୍ରା ସ୍ଥିତି ଫ୍ଲାଟରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଯାହାକୁ ନେଇ ଚାରିଆଡେ ଏକ ପ୍ରକାର ଝଡ ସୃଷ୍ଟି ହୋଇଛି। ସୁଶାନ୍ତଙ୍କ ମୃତ୍ୟୁ ପଛର କାରଣ ସିବିଆଇ ଖୋଜିବାରେ ଲାଗିଛି। ପୋଲିସ ସୁଶାନ୍ତଙ୍କ ପରିବାର ଏବଂ ସାଙ୍ଗ ସାଥିଙ୍କ ମଧ୍ୟରୁ ୨୭ ଜଣଙ୍କ ବୟାନ ରେକର୍ଡ କରିସାରିଲାଣି।

suhsnta

ସୁଶାନ୍ତଙ୍କ ଶେଷ ଫିଲ୍ମ ‘ ଦିଲ ବିଚେରା’ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ସୁଶାନ୍ତଙ୍କ ବିପକ୍ଷରେ ସଞ୍ଜନା ସାଙ୍ଘୀ ନଜର ଆସିବେ। ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ଫିଲ୍ମକୁ ଫ୍ରିରେ ଦେଖିପାରିବେ, ଏଥିପାଇଁ କୌଣସି ସବସ୍କ୍ରିପସନ ଦେବାକୁ ପଡିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.