Below header

ଦିନ ଦି’ପହର ସହରରେ ବୁଲୁଛି ହାତୀ, ଲୋକେ ଭୟଭୀତ

ଦିନ ଦି’ ପହରରେ ସହରରେ ବୁଲୁଛି ହାତୀ।ଖବର ପାଇ ବନ୍ ବିଭାଗର ଦୁଇଟି ଟିମ୍ ହାତୀର ଗତି ବିଧି ଉପରେ ଦୃଷ୍ଟି ରଖିଛନ୍ତି

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ସହରରେ ଦିନ ଦି’ପହର ସମୟରେ ହାତୀ ଆତଙ୍କ। ଦିନ ଦି’ ପହରରେ ୫୭ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ହାତୀଟି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାର୍ଶ୍ୱ କାଜୁ ଓ ପଟାଶ ଜଙ୍ଗଲକୁ ଆସିଛି। ହାତୀଟି ଜନବସତି ଅଞ୍ଚଳରେ ଥିବାରୁ ବନ ବିଭାଗ ତା’ର ଗତିବିଧି ଉପରେ ନଜର ରଖିଛି।

ହାତୀକୁ ଦେଖି ଯିଏ ଯେଉଁଠି ପାରିଲା ରାସ୍ତା ଉପରେ ଗାଡ଼ି ଛିଡ଼ା କରିଦେଲା। ଭୟରେ କେହି ଆଗକୁ ମାଡ଼ିଲେ ନାହିଁ। ହାତୀଟି କିଛି ଦୁଷ୍ଟାମୀ ନକରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟକୁ ଚାଲି ଯାଇଥିଲା। ବର୍ତ୍ତମାନ ହାତୀଟି ମେଡ଼ିକାଲ୍‌ ପାର୍ଶ୍ୱରେ ଥିବା କାଜୁ ଓ ପଟାଶ ଜଙ୍ଗଲରେ ଘୂରି ବୁଲୁଛି। ସେହି ଅଞ୍ଚଳଟି ଜନବସତି ଅଞ୍ଚଳ ହୋଇଥିବାରୁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି।

ଖବର ପାଇ ବନ୍ ବିଭାଗର ଦୁଇଟି ଟିମ୍ ଏବଂ ପୋଲିସ ଟିମ ମେଡିକାଲ ପାଚେରୀ ପଛ ପାଖ ରାସ୍ତାରେ ପହଞ୍ଚି ହାତୀର ଗତି ବିଧି ଉପରେ ଦୃଷ୍ଟି ରଖିଛନ୍ତି। ହାତୀ ଜନ ବସତି ଭିତରକୁ ଯେପରି ନ ପଶିବ ସେଥି ପ୍ରତି ଦୃଷ୍ଟି ରଖାଯାଇଛି। ରାତି ହେଲେ ହାତୀକୁ ଦଲକ ଜଙ୍ଗଲକୁ ଛଡାଯିବ ବୋଲି ରେଞ୍ଜର ଜୟକୃଷ୍ଣ ପଣ୍ଡା ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.