‘ନନ୍ଦ’କୁ କରାଯାଇନାହିଁ ଟ୍ରାଙ୍କୁଲାଇଜ୍, ଦେହ ଖରାପ ଯୋଗୁଁ ହଠାତ୍ ହୋଇଯାଇଥିଲା ଚେତାଶୂନ୍ଯ: ଚନ୍ଦକା ଡିଏଫଓ

ଭୁବନେଶ୍ୱର (କେନ୍ୟୁଜ୍‌): ଆଖି ବୁଜିଲା ବହୁଚର୍ଚ୍ଚିତ ନନ୍ଦ। ଭୁବନେଶ୍ୱର ଉପଖଣ୍ଡ ଚନ୍ଦକା ଡମପଡା ଅଭୟାରଣ୍ୟରେ କୁମ୍‌କି ହାତୀ ନନ୍ଦର ମୃତ୍ୟୁ ହୋଇଛି। ୨୦୧୦ରେ ନନ୍ଦକୁ ନନ୍ଦନକାନନରୁ ଚନ୍ଦକାର ଗୋଡ଼ିବାରୀକୁ ଅଣାଯାଇଥିଲା। ହିସ୍ର ଜନ୍ତୁଙ୍କୁ ସାବାଡ଼ କରିବା ପାଇଁ ନନ୍ଦକୁ କୁମ୍‌କି ପ୍ରଶିକ୍ଷଣ ଦିଆଯାଇଥିଲା। ଅଭୟାରଣ୍ୟରେ ନୂତନ ଭାବେ ଗଢ଼ାଯାଇଥିବା ହାତୀ ରେସକ୍ୟୁ ସେଣ୍ଟରକୁ ନିଆଯିବ ପାଇଁ ନନ୍ଦକୁ ଶନିବାର ଦିନ ବନବିଭାଗ ଟ୍ରାଙ୍କୁଳାଇଜିଙ୍ଗ କରିଥିବା ଶୁଣିବାକୁ ମିଳିଥିଲା। ଯାହାଫଳରେ ନନ୍ଦ ବେହୋସ ହୋଇପଡ଼ିଥିଲା ।

ଯାହାପରେ ଚେତା ନ ଫେରିବାରୁ ୩ ଜଣିଆ ପ୍ରାଣୀଚିକିତ୍ସକଙ୍କ ଦ୍ୱାରା ତାରା ଚିକିତ୍ସା କରାଯାଉଥିଲା। ଗତକାଲି ରାତି ୩ଟା ସମୟରେ ତାର ମୃତ୍ୟୁ ହୋଇଛି । ନନ୍ଦର ଶବ ବ୍ୟବଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ଦ୍ୱାରା ସୂଚନା ମିଳିଛି। ତେବେ ଏହି ଘଟଣାରେ ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇନାହିଁ  ବରଂ ଗତକାଲି ନନ୍ଦର ଦେହ ହଠାତ୍ ଖରାପ ହୋଇଥିଲା । ଆଜି ଭୋରୁ ତାର ମୃତ୍ୟୁ ହେଇଥିବା କହିଛନ୍ତି ଚନ୍ଦକା ଡିଏଫଓ।

.ସୂଚନା ଥାଉକି, ୧୯୮୭ ମେ ୧୪ରେ ନନ୍ଦନକାନନରେ ମାଇ ହାତୀ ବାସନ୍ତୀ ଗର୍ଭରୁ ଜନ୍ମଲାଭ କରିଥିଲା ନନ୍ଦ। ୧୦ ବର୍ଷ ବୟସର ହୋଇଥିବାବେଳେ ୧୯୯୭ ନଭେମ୍ବର ୨୮ରେ ମାହୁନ୍ତ ରାଧାରମଣ ସିଂହକୁ କଚାଡି ମାରିଥିଲା। ସେହିଦିନ ଠାରୁ ତା ଗୋଡରେ ଶିକୁଲି ପକାଯାଇ ହାତୀ ଶାଳରେ ବନ୍ଦୀ କରି ରଖାଯାଇଥିଲା। ୨୦୧୦ ସେପ୍‌ଟେମ୍ବର ୧୩ରେ ଶିକୁଳିରୁ ମୁକ୍ତ କରାଯାଇ ନନ୍ଦନକାନନ ପରିସରରେ ପରିକ୍ରମା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.