କୂଅରୁ ଉଦ୍ଧାର ହେଲା ହାତୀ, ରାତି ସାରା ରହିଥିଲା ପାଣି ଭିତରେ

ଢେଙ୍କାନାଳ (କେନ୍ୟୁଜ୍) : କୂଅରେ ପଡ଼ିଲା ହାତୀ। ଢେଙ୍କାନାଳ ସଦର ରେଂଜ ମହିଧରପୁର ଗାଁ ନିକଟର ଜଙ୍ଗଲରେ ଏକ ପରିତ୍ୟକ୍ତ କୂଅରେ ଦନ୍ତା ହାତୀଟି ପଡ଼ି ଯାଇଥିଲା। ତେବେ ଅନେକ ପରିଶ୍ରମ ପରେ ବନବିଭାଗ କର୍ମଚାରୀମାନେ ହାତୀଟିକୁ କୂଅରୁ ଉଦ୍ଧାର କରିଛନ୍ତି ।

ଗତକାଲି ରାତିରୁ ହାତୀଟି କୂଅରେ ପଡ଼ିଯାଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ଗାଁଲୋକେ ଜଙ୍ଗଲକୁ ଯାଇଥିବା ବେଳେ କୂଅ ଭିତରୁ ହାତୀର ଗର୍ଜନ ଶୁଣିଥିଲେ। ଏହାପରେ ବନବିଭାଗକୁ ଖବର ଦିଆଯାଇଥିଲା। ଗତକାଲି ରାତିରେ ହାତୀପଲ ଯାଉଥିବା ବେଳେ ଏହି ହାତୀଟି କୂଅ ଭିତରେ ଖସି ପଡିଥିବା ସନ୍ଦେହ କରାଯାଉଛି।

ଆଜି ଜେସିବି ଦ୍ବାରା କୂଅରୁ ରାସ୍ତା କରି ହାତୀକୁ ବାହାର କରାଯାଇଥିଲା । ପରେ ଏହାକୁ ଜଙ୍ଗଲ ଭିତରକୁ ଘଉଡ଼ାଇ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.