ବିଚ୍ ରାସ୍ତାରେ ଦୌଡା ଦୌଡି: ବଣାଇ ସହରରେ ହାତୀ ଆତଙ୍କ, ଭାଇରାଲ ହେଉଛି ଭିଡିଓ

ବଣାଇ ସହରରେ ହାତୀକୁ ଦେଖିବା ସହିତ ତାକୁ ଘଉଡ଼ାଇବାରେ ଲାଗିପଡିଥିଲେ ବଣାଇ ବାସିନ୍ଦା । ହାତୀ ଦୌଡୁଥାଏ ପଛରେ ଶହ ଶହ ଲୋକେ ଦୌଡୁଥାନ୍ତି । ହାତୀ ଆସିବା ଦ୍ୱାରା ବଣାଇ ସହର ପ୍ରାୟ ତିନି ଘଣ୍ଟା ବିଦ୍ୟୁତ ସେବା ବନ୍ଦ କରାଯାଇଥିଲା ।

ବଣାଇ(କେନ୍ୟୁଜ୍):  ଆଗେ ଆଗେ ହାତୀ, ପଛେ ପଛେ ଲୋକ । ତାହା ପୁଣି ବିଚ୍ ରାସ୍ତା ଉପରେ । ଯାହାର ଦୃଶ୍ୟ ଦେଖିଲେ ଛାତି ଥରିଉଠିବ । ରାସ୍ତାର ଗୋଟିଏ ପାର୍ଶ୍ୱରେ ଗୋଟେ ହାତୀ ଏବଂ ଅନ୍ୟ ପାର୍ଶ୍ୱରେ ଆଉ ଏକ ହାତୀ ଦୌଡୁଛନ୍ତି । ଆଉ ତାଙ୍କ ପଛେ ପଛେ ଦୌଡୁଛନ୍ତି ଲୋକେ । ଜନଗହଳିପୂର୍ଣ୍ଣ ରାସ୍ତା ହୋ ହଲ୍ଲାରେ ଫାଟି ପଡୁଛି । ବଣାଇ ସହରରେ ଗତକାଲି ରାତିରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ ।

ହାତୀ ପଛେ ପଛେ ଦୌଡୁଥିବା ଲୋକଙ୍କ ସଂଖ୍ୟା ବେଶ୍ ଅଧିକ ଥିଲା । ହାତରେ କିଛି ଲୋକ ନିଆଁ ପିଣ୍ଡୁଳା ଧଣିଥାନ୍ତି । ରାସ୍ତା କଡରେ ଗାଡି ମଟର ଭିର୍ତି । ଆଉ ଜନଗହଳି ଭିତରେ କୁଆଡୁ ପଶି ଆସିଲେ ଦୁଇଟି ଦନ୍ତା । ଯାହା ସୂଚନା ମିଳିଛି ଏହି ଦୁଇଟି ଗୋଠଛୋଡା ଦନ୍ତା ହାତୀ । ଏମାନେ ବାଙ୍କି ରେଞ୍ଜ ଅଂଚଳକୁ କିଛିଦିନ ପଳେଇ ଯାଇଥିବା ବେଳେ ଏବେ ପୁଣି ଦୁଇ ଦିନ ପୂର୍ବରୁ ଫେରିଆସିଛନ୍ତି ବଣାଇ ଅଞ୍ଚଳକୁ । ଯାହା ଫଳରେ ଗତକାଲି ରାତିରେ ଜଙ୍ଗଲରୁ ବାହାରରି ଉପରପଡା, କେନ୍ଦ୍ରିକେଳା ଅଂଚଳରେ ପଶି କ୍ଷୟକ୍ଷତି କରିବା ପରେ ପୁଣି ନିକଟସ୍ଥ ଜଙ୍ଗଲକୁ ପଳାଇଥିଲେ । ହେଲେ ପୁଣି ରାତ୍ରିରେ ବଣାଇ ସହରକୁ ପଶିଆସିଥିଲେ। ଯାହାର ଦୃଶ୍ୟ ଏ.ବେ ଅଆପଣ ଦେଖୁଛନ୍ତି।

ବଣାଇ ସହରରେ ହାତୀକୁ ଦେଖିବା ସହିତ ତାକୁ ଘଉଡ଼ାଇବାରେ ଲାଗିପଡିଥିଲେ ବଣାଇ ବାସିନ୍ଦା । ହାତୀ ଦୌଡୁଥାଏ ପଛରେ ଶହ ଶହ ଲୋକେ ଦୌଡୁଥାନ୍ତି । ହାତୀ ଆସିବା ଦ୍ୱାରା ବଣାଇ ସହର ପ୍ରାୟ ତିନି ଘଣ୍ଟା ବିଦ୍ୟୁତ ସେବା ବନ୍ଦ କରାଯାଇଥିଲା । ବନବିଭାଗ, ପୋଲିସ ମଧ୍ୟ ନିୟୋଜିତ ହୋଇଥିଲେ । ଶେଷରେ ବ୍ରାହ୍ମଣୀ ନଦୀ ଆଡକୁ ଘଉଡାଇଥିଲେ ସାଧାରଣର ଲୋକେ । ଏପଟେ ବନବିଭାଗର ବହୁତ ଚେଷ୍ଟା କରୁଛି ଘଞ୍ଚ ଜଙ୍ଗଲକୁ ପଠାଇବା ପାଇଁ ହେଲେ ପୁଣି ଫେରିଆସୁଛନ୍ତି ଦୁଇଟି ହାତୀ । ଯାହା ଫଳରେ ଏହି ଘଟଣା ଏବେ ବନବିଭାଗର ମୁଣ୍ଡବ୍ୟଥାର କାରଣ ସାଜିଛି ।

ସମ୍ବଲପୁର ରେଢାଖୋଲ ବନଖଣ୍ଡରେ ବି ହାତୀ ଉପଦ୍ରବ:

ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡରେ ହାତୀ ଉପଦ୍ରବ । ସନ୍ଧ୍ୟା ନହେଉଣୁ ପାଖ ଜଙ୍ଗଲରୁ ହାତୀପଲ ଆସି ଧାନ ଫସଲ ଖାଇବା ସହିତ ବ୍ୟାପକ ନଷ୍ଟ କରୁଛନ୍ତି । ରେଢାଖୋଲ ବ୍ଳକ ଲୁହାପଙ୍କ ପଞ୍ଚାୟତର ହେମାମୁରା ଗାଁରେ ଉତ୍ପାତ କରିଛନ୍ତି ୧୮ ଟିକିଆ ହାତୀ ପଲ । ନଷ୍ଟ କରିଛନ୍ତି ହେକ୍ଟର ହେକ୍ଟର ଧାନ ଫସଲ । ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଠୋସ୍ ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଏନେଇ ବନବିଭାଗର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.