କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ ,ତିନୋଟି ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି

କରଞ୍ଜିଆ (କେନ୍ୟୁଜ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । କିଛି ମାସ ହେବ ୨୪ ଟିକିଆ ହାତୀପଲ ଯୋଗୁଁ ଶୁକୃଲି, କରଞ୍ଜିଆ ,ରରୁଆ ଏବଂ ଯଶିପୁର ବ୍ଲକ ରେ ଉପଦ୍ରବ ଜାରି ରଖିଛନ୍ତି । ବାରମ୍ବାର ହାତୀ ଉପଦ୍ରବ କରୁଥିବାରୁ ଉକ୍ତ ଲୋକମାନେ ମାସେ ମଧ୍ୟରେ ଦୁଇ ଦୁଇଥର ବନ ବିଭାଗ କର୍ମଚାରୀକୁ ଅଟକ ରଖିଥିଲେ । ୩ ମାସ ମଧ୍ୟରେ ୪୦ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କା କ୍ଷତିପୂରଣ ଦେଇ ସାରିଲାଣି ବନ ବିଭାଗ ।

ଆଜି ଦୁଧିଆଣି ରେଞ୍ଜ ଅନ୍ତର୍ଗତ ବଳା ଗାଁ ରେ ତିନୋଟି ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀପଲ । ଘର ଭାଙ୍ଗିବା ଯୋଗୁଁ ଅନେକ ସାମଗ୍ରୀ ନଷ୍ଟ ହେଇଛି । ହାତୀପଲ ଧାନ ଫସଲ ଖାଇବା ସହିତ ଏକର ଏକର ଚାଷ ଜମି ନଷ୍ଟ କରୁଛନ୍ତି । ହାତୀପଲ ଏବେ ଦରି ନିକଟରେ ଥିବା ପାଳ ଜଙ୍ଗଲ ରେ ଥିବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ହାତୀ ଯେଉଁ ଜାଗା ରେ ରହୁଛନ୍ତି ତାର ଆଖପାଖ ଅଞ୍ଚଳରେ ବିଜୁଳି କାଟ ହେଉଛି । ହାତୀପଲ ପାଇଁ ୧୦୦ ରୁ ଉର୍ଦ୍ଧ୍ବ ଗାଁ ରେ ଆତଙ୍କ ଲାଗିରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.