ଟି୨୦ ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକାକୁ ୧୩୪ ରନର ଟାର୍ଗେଟ ଦେଲା ଭାରତ, ସୂର୍ଯ୍ୟ କୁମାରଙ୍କ ଅର୍ଦ୍ଧଶତକ

ପର୍ଥ ଫାଇଟ୍ । ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ସୂର୍ଯ୍ୟ କୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ସ୍ଥିତି ସମ୍ଭାଳିଲା ଟିମ ଇଣ୍ଡିଆ । ସବୁ ବ୍ୟାଟର ଫେଲ ମାରିଥିବା ବେଳେ ସମ୍ମାନ ରଖିଥିଲେ ସୂର୍ଯ୍ୟକୁମାର ଯାଦବ । ୪୦ ବଲରେ ୬୮ ରନ କରିଥିଲେ । ବିରାଟ କୋହଲି ୧୨ ଓ ରୋହିତ ଶର୍ମା ୧୫ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ମାତ୍ର ୪୯ ରନ୍ରେ ୫ ଓ୍ଵିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଟିମ ଇଣ୍ଡିଆ । ପୁଣି ଫେଲ ମାରିଥିଲେ କେ.ଏଲ ରାହୁଲ । ହାର୍ଦ୍ଦିକ ପାଣ୍ଡ୍ୟା ୨ ରନ୍ କରିଥିବା ବେଳେ ଅକ୍ଷରଙ୍କ ସ୍ଥାନରେ ଖେଳୁଥିବା ଅଲରାଉଣ୍ଡର ଦୀପକ ହୁଡା କୌଣସି ରନ ନ କରି ଆଉଟ୍ ହୋଇଥିଲେ । ସେହିପରି ଦୀନେଶ କାର୍ତ୍ତକ ମଧ୍ୟ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.