ଆମିର ଖାନଙ୍କ ମା’ଙ୍କୁ ହାର୍ଟ ଆଟାକ୍; ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି!

ଆମିର ଖାନଙ୍କ ମା’ ଜିନତ୍ଙ୍କୁ ହାର୍ଟ ଆଟାକ୍ ଆସିଛି। ସେ ପଞ୍ଚଗନିସ୍ଥିତ ନିଜ ଘରେ ଥିଲେ। ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ତୁରନ୍ତ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ନିଆଯାଇଥିଲା। ଖବର ରହିଛି କି, ଆମିର ଖାନ ଦୀପାବଳି ଅବସରରେ ପଞ୍ଚଗନି ଘରେ ହିଁ ଥିଲେ। ଯେତେବେଳେ ତାଙ୍କ ମା’ଙ୍କୁ ହାର୍ଟ ଆଟାକ୍ ଆସିଥିଲା, ତ ସେ ତାଙ୍କୁ ତୁରନ୍ତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ନେଇଯାଇଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ସେଠାରେ ପହଞ୍ଚି ଯାଇଛନ୍ତି। ବର୍ତ୍ତମାନ ଆମିରଙ୍କ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି।
ଆମିର ଖାନ ଏବଂ ତାଙ୍କ ପରିବାର ତରଫରୁ ଏ ନେଇ କୌଣସି ଅଫିସିଆଲ ସୂଚନା ଦିଆଯାଇନାହିଁ। ରିପୋର୍ଟ ମୁତାବକ, ଆମିରଙ୍କ ମା’ଙ୍କ ଚିକିତ୍ସା ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚାଲୁଛି। ତାଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ଚିକିତ୍ସା ଚାଲିଥିବା ବେଳେ ସେ ପ୍ରତିକ୍ରିୟା ଦେଉଛନ୍ତି। ଆମିର ଏବଂ ତାଙ୍କ ପରିବାର ଏହା ନିଶ୍ଚିତ କରିଛନ୍ତି କି, ବର୍ତ୍ତମାନ ଯେପରି କୌଣସି ସୂଚନା ବାହାରକୁ ନ ଯିବ। ସ୍ଥିତିକୁ ନଜର ରଖି ଖାନ ପରିବାର ଚାହୁଁଛି କି, ଜିନତ୍ଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ବି ପ୍ରକାର ଗୁଜବ ସୃଷ୍ଟି ନ ହେଉ।
ଆମିର ଖାନଙ୍କ ଓ୍ଵାର୍କଫ୍ରଣ୍ଟ ବିଷୟରେ କଥା ହେବା ତ, ତାଙ୍କ ଫିଲ୍ମ ‘ଲାଲ୍ ସିଂ ଚଢା’ କିଛି ଦିନ ପୂର୍ବରୁ ହିଁ ରିଲିଜ୍ ହୋଇଥିଲା। ଫିଲ୍ମରେ ତାଙ୍କ ସହିତ କରୀନା କପୁର ଥିଲେ। ‘ଲାଲ୍ ସିଂ ଚଢା’ ବକ୍ସ ଅଫିସ୍ରେ ଫ୍ଲପ୍ ରହିଥିଲା। ଯଦିଓ ଓଟିଟିରେ ଏହି ଫିଲ୍ମକୁ ବହୁତ ଦେଖାଯାଇଥିଲା। ଫିଲ୍ମ ବୟକଟ୍ ଟ୍ରେଣ୍ଡକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲା। ଅଦ୍ୱେତ ଚନ୍ଦନଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ୧୦୦ କୋଟିର ବିଜନେସ୍ ବି କରିପାରି ନ ଥିଲା।