ଗୋଟିଏ ଭୁଲ ବରବାଦ କରିଦେଲା ଏହି ବଲିଉଡ କଳାକାରଙ୍କ କ୍ୟାରିଅର, କେହି କେହି ଜେଲ ମଧ୍ୟ ଚାଲିଗଲେ, ଜାଣନ୍ତୁ ପୁରା କାହାଣୀ

ବଲିଉଡର ବହୁତ କଳାକାର ରାତା ରାତି ଷ୍ଟାର ବନିଯାଇଛନ୍ତି । ସେହିପରି କିଛି କଳାକାର ମାତ୍ର ଗୋଟିଏ ଭୁଲ ପାଇଁ ତାଙ୍କ କ୍ୟାରିଅରରେ ଗ୍ରହଣ ଲାଗିଯାଇଛି । କେବଳ କ୍ୟାରିଅର ନୁହେଁ ତାଙ୍କର ବ୍ୟକ୍ତିଗତ ଛବିରେ ମଧ୍ୟ କଳାଦାଗ ଲାଗିଯାଇଛି । ଏକଦା ନିଜର ଦମଦାର ଅଭିନୟ ପାଇଁ ବଲିଉଡରେ ଚର୍ଚ୍ଚାରେ ଥିବା ବେଳେ ତାଙ୍କର ଏହି ଭୁଲ ପାଇଁ ସେ ବଲିଉଡ ଠାରୁ ଦୂରେଇ ଯାଇଛନ୍ତି । ଆସନ୍ତୁ ଜାଣିବା ସେହି କଳାକାରଙ୍କ ବିଷୟରେ ।

ଶକ୍ତି କପୁର : ଶକ୍ତି କପୁର ପ୍ରାୟ ୪ ଦଶନ୍ଧୀ ଧରି ବଲିଉଡରେ ସକ୍ରିୟ ରହି ଆସିଛନ୍ତି । ନିଜର ଅଭିନୟ ପାଇଁ ସେ କୋଟି କୋଟି ଦର୍ଶକଙ୍କ ମନ ଜିତି ଯାଇଛନ୍ତି । ହେଲେ କାଷ୍ଟିଂ କାଉଚର ଷ୍ଟିଙ୍ଗ୍‌ ଅପରେସନରେ ଫସିଗଲେ । ଶକ୍ତି କପୁର କାମ ବଦଳରେ ଜଣେ ଅଭିନେତ୍ରୀଙ୍କୁ ଫେବର ମାଗି ଫସିଗଲେ । ଏହି ଗୋଟିଏ ଭୁଲ ତାଙ୍କ କ୍ୟାରିଅର ଓ ପ୍ରତିଛବି ଉଭୟକୁ ନଷ୍ଟ କରିଦେଲା ।

ଫରଦିନ ଖାନ୍‌ : ଫିଲ୍ମ ପରିବାରରୁ ଆସିଥିବା ଫରଦିନ ଖାନ୍‌ କମ ସମୟରେ ବହୁ ନାମ କମାଇଥିଲେ । ହେଲେ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ତାଙ୍କ କ୍ୟାରିଅର ମାଟି ହୋଇଗଲା ।

manisha
photo : jansatta.com

ସାଇନି ଆହୁଜା : ସାଇନି ମଧ୍ୟ ଜଣେ ଭଲ କଳାକାର । ନିଜର ଭିନ୍ନ ଧରଣର ଅଭିନୟ ପାଇଁ ସେ ବହୁତ ଜଣାଶୁଣା । ହେଲେ ନିଜ ଘରେ କାମ କରୁଥିବା ଚାକରାଣୀ ସହ ରେପ୍‌ ମାମଲାରେ ଫଶି ଜେଲ ଯାଇଥିଲେ । ସେହି ଘଟଣା ପରଠାରୁ ସେ ଫିଲ୍ମ ଠାରୁ ଦୂରରେ ରହିଛନ୍ତି ।

ବିବେକ ଓବରୟ : ବିବେକ ଙ୍କ କ୍ୟାରିଅର ମଧ୍ୟ ଠିକ୍‌ ଠାକ୍‌ ଚାଲୁଥିଲା । ହେଲେ ଐଶ୍ୱର୍ଯ୍ୟା ରାୟଙ୍କ ସହ ସମ୍ପର୍କ କାରଣରୁ ସଲମାନ ଖାନଙ୍କ ସହ ଝଗଡା କଲେ । ସେହି ଗଣ୍ଡଗୋଳ ତାଙ୍କ କ୍ୟାରିଅରକୁ ବରବାଦ କରିଦେଲା ।

ମନିଷା କୋଇରାଲା : ମନୀଷା କୋଇରାଲା ମଧ୍ୟ ଜଣେ ଭଲ ଅଭିନେତ୍ରୀ । ସେ ବହୁତ ଭଲ ଫିଲ୍ମ ମଧ୍ୟ କରିଛନ୍ତି । ହେଲେ ସେ ମଦ ଓ ସିଗାରେଟର ଏମିତି ଆଦତରେ ପଡିଗଲେ ଯେ ତାଙ୍କର କ୍ୟାରିଅର ଖରାପ ହୋଇଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.