ଗୁଜରାଟର ମୋରବିରେ ବଡ ଦୁର୍ଘଟଣା: ଭୁଶୁଡ଼ିଲା ଝୁଲା ପୋଲ, ନଦୀରେ ଭାସିଗଲେ ଶତାଧିକ ଲୋକ, ୬୦ ମୃତ

ନୂଆଦିଲ୍ଲୀ : ଗୁଜରାଟର ମୋରବିରେ ରବିବାର ସନ୍ଧ୍ୟାରେ ବଡ ଅଘଟଣ ଘଟିଛି। ମଚ୍ଛୁ ନଦୀରେ ନିର୍ମିତ କେବଲ ବ୍ରିଜ ଅଚାନକ ଭାଙ୍ଗି ଯିବାରୁ ଶତାଧିକ ଲୋକ ନଦୀକୁ ଖସି ପଡିଛନ୍ତି। ନଦୀକୁ ଖସିଯାଇଥିବା ଲୋକଙ୍କ ଉଦ୍ଧାର କାମ ଜାରି ରହିଛି । ହେଲେ ଏଯାଏଁ ଜଣାପଡିନି କେତେ ଲୋକ ନଦୀକୁ ଖସିପଡିଛନ୍ତି । କିନ୍ତୁ କୁହାଯାଉଛି ଯେ, ଦୁର୍ଘଟଣା ସମୟରେ ବଡ ସଂଖ୍ୟାରେ ଲୋକ ପୋଲରେ ଥିଲେ। ପୋଲିସ ଏବଂ ପ୍ରଶାସନ ସହିତ ସ୍ଥାନୀୟ ଲୋକ ବି ଉଦ୍ଧାର କାର୍ଯ୍ୟରେ ଜୁଟିଛନ୍ତି। ତେବେ ୬୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।
Gujarat | A cable bridge collapsed in the Machchhu river, Morbi area today. Several people fear injured. Further details awaited. pic.twitter.com/OZrDTxCWqx
— ANI (@ANI) October 30, 2022
କୁହାଯାଉଛି କି ୫ ଦିନ ପୂର୍ବରୁ ଏହି ଝୁଲାପୋଲର ମରାମତି ହୋଇଥିଲା । ମରାମତି ପରେ ବି କେମିତି ଏତେ ବଡ ଦୁର୍ଘଟଣା ହେଲା ତାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ରିଜଟି ମଝିରୁ ଭାଙ୍ଗି ଯିବାରୁ ଲୋକମାନେ ନଦୀକୁ ଖସିପଡିଥିଲେ। ଉଦ୍ଧାରକାରୀ ଦଳ ଅନେକ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅନ୍ୟ ଲୋକଙ୍କ ସନ୍ଧାନ ଜାରି ରହିଛି। ସମସ୍ତ ଲୋକଙ୍କୁ ନଦୀରୁ କାଢିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି। ରବିବାର ଛୁଟି ଦିନ ଥିବାରୁ ଏଠାରେ ଲୋକଙ୍କ ପ୍ରବଳ ଭିଡ ଥିଲା।