ଘରଭିତରୁ ପରିବାରର ୪ ଜଣ ସଦସ୍ଯଙ୍କ ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ବରଗଡ଼ (କେନ୍ୟୁଜ): ଘବନ୍ଦ ଘର ଭିତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଜାଣ୍ଡୋଲ ଗାଁରେ ଏକ ଘର ଭିତରୁ ବାପା ମାଆ ଓ ପୁଅଝିଅଙ୍କ ମୃତଦେହ ଉଦ୍ଧାର ଠାବ । ଦୁଇ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଓ ଅନ୍ୟ ଦୁଇ ଜଣଙ୍କର ମୃତଦେହ କୋଠରୀ ଭିତରେ ପଡିଥିବା ଅବସ୍ଥାରେ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।

ମୃତକମାନେ ହେଲେ ଜାଣ୍ଡୋଲ ଗାଁର ଶେଷ ମେହେର ତାଙ୍କ ସ୍ତ୍ରୀ କ୍ଷୀରେଶ୍ୱରୀ ମେହେର ପୁଅ ଅରବିନ୍ଦ ମେହେର ଏବଂ ଝିଅ ଶିବାନୀ ମେହେର ବୋଲି ସୂଚନା ମିଳିଛି । ଏହା ହତ୍ୟାକାଣ୍ଡ ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ । ଭେଡେନ ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି । ସଂପୃକ୍ତ ଘରକୁ ସିଲ୍‌ କରାଯାଇଛି । ଆସନ୍ତାକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରାଯିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.