Below header

କରଞ୍ଜିଆ ଉପଖଣ୍ଡରେ ୧୮ଟିକିଆ ହାତୀ ପଲଙ୍କ ଉତ୍ପାତ, ଘର ଭାଙ୍ଗିବା ସହ କରୁଛନ୍ତି ବ୍ୟାପକ ଫସଲ ନଷ୍ଟ

କରଞ୍ଜିଆ(କେନ୍ଯୁଜ୍): ମୟୂରଭଞ୍ଜ କରଞ୍ଜିଆ ଉପଖଣ୍ଡରେ ହାତୀ ଉପଦ୍ରବ । କିଛି ଦିନ ହେବ କେନ୍ଦୁଝର ଜିଲ୍ଲା ପଟୁ ଦୁଇଟି ହାତୀ ପଲ ବନବିଭାଗର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଗୋଟିଏ ହାତୀ ପଲ ଦୁଧିଆଣି ରେଞ୍ଜର ମତା ଜଙ୍ଗଲରେ ଏବେ ୧୮ଟି ହାତୀ ଥିବା ବେଳେ ଠାକୁରମୁଣ୍ଡା ରେଞ୍ଜର ଖେଜୁରିଆ ଜଙ୍ଗଲ ରେ ୯ଟି ହାତୀ ଅଛିନ୍ତି ।

ଗତକାଲି ରାତିରେ କରଞ୍ଜିଆ ରେଞ୍ଜ ଅଧୀନରେ ଥିବା ମହିଳା ଶୁଲି,ରାଉତାଲିପାଟ,ତୁଟିସାହି, ପନିଷି ଗାଁରେ ଘର ଭାଙ୍ଗିବା ସହ ଧାନ, ଚାଉଳ ଖାଇ ଦେଇଛନ୍ତି । କରଞ୍ଜିଆ ରେଞ୍ଜରେ ୪ଟି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଛନ୍ତି । ଅନ୍ୟପଟେ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖଜୁରୀଆ ଜଙ୍ଗଲରେ ମଧ୍ୟ ୯ ଟିକିଆ ଅଛନ୍ତି । ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.