ଆଇପିଏଲ-୨୦୨୨ରେ ଯଦି ମାହି ଯୋଗ ନଦିଅନ୍ତି, ମୁଁ ବି ଖେଳିବି ନାହିଁ: ସୁରେଶ ରୈନା

ପୂର୍ବତନ ଭାରତୀୟ କ୍ରିକେଟର ତଥା ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ସହଯୋଗୀ ଖେଳାଳି ସୁରେଶ ରୈନା ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ମହେନ୍ଦ୍ର ସିଂହ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)-୨୦୨୨ରେ ଅନୁପସ୍ଥିତ ରହିବେ ତା’ ହେଲେ ମୁଁ ମଧ୍ୟ ଖେଳିବି ନାହିଁ । କିଛି ବରିଷ୍ଠ ଖେଳାଳି ଏଭଳି ଆଶଙ୍କା କରୁଥିବା ବେଳେ ରୈନା ଏଭଳି ବୟାନ ଦେଇଛନ୍ତି ।

ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ-୨୦୨୨ ଖେଳିବେ କି ନାହିଁ ତାହା ବ୍ୟକ୍ତିଗତ ପ୍ରସଙ୍ଗ । କିନ୍ତୁ ତାଙ୍କର ଆଇପିଏଲରେ ସକ୍ରିୟତା ରହିବା ନେଇ ପ୍ରଶଂସକ, ଦର୍ଶକ, କ୍ରିକେଟ ପ୍ରେମୀ ଓ ବିଶେଷଜ୍ଞ ଅନେକ ଚର୍ଚ୍ଚା କରୁଛନ୍ତି । ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ ରୈନା କହିଛନ୍ତି ଯେ, ଯଦି ମାହି ଭାଇ ଆସନ୍ତା ଆଇପିଏଲ ନ ଖେଳନ୍ତି, ତା’ହେଲେ ମୁଁ ମଧ୍ୟ ଖେଳିବି ନାହିଁ । ଚ୍ୟାନେଲ ପକ୍ଷରୁ ରୈନାଙ୍କୁ ପଚରାଯାଇଥିଲା ଯେ, ଆପଣଙ୍କ ପାଖରେ ୪-୫ ବର୍ଷ ବାକିଅଛି । ଯଦି ସିଏସକେ (ଚେନ୍ନାଇ ସୁପର କିଙ୍ଗସ)ରୁ ଅଲଗା ହୁଅନ୍ତି, ତା’ହେଲେ କେଉଁ ଦଳରେ ଖେଳିବାକୁ ଚାହିଁବେ ।

ipl

ଆଇପିଏଲ-୨୦୨୨ ବହୁତ କିଛି ସମୟ ନାହିଁ । ସୂଚନାଯୋଗ୍ୟ, ସୁରେଶ ରୈନା ନିଜର ସାଥୀ ଖେଳାଳି ଏମଏସ ଧୋନୀଙ୍କ ଅବସର ନେବାର କିଛି ଦିନ ପରେ ୨୦୨୦ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.