କରଞ୍ଜିଆ ଉପଖଣ୍ଡରେ ହାତୀ ଉପଦ୍ରବ: ୨୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କଲେ ଅସନ୍ତୋଷ ଗ୍ରାମବାସୀ

କରଞ୍ଜିଆ : କରଞ୍ଜିଆ ଉପଖଣ୍ଡରେ ଚିନ୍ତା ବଢ଼େଇ ଦେଇଛି ହାତୀ ଉପଦ୍ରବ। କେତେ ବେଳେ ଧାନ ଫସଲ ନଷ୍ଟ କରୁଛନ୍ତି ଆଉ କେତେ ବେଳେ ଘର ଭାଙ୍ଗୁଛନ୍ତି ୨୪ଟିକିଆ ହାତୀପଲ । ଏବେ କରଞ୍ଜିଆ ଉପଖଣ୍ଡରେ ମୁଖ୍ୟ ସମସ୍ୟା ଭାବରେ ଦେଖା ଦେଇଛି ହାତୀ ଉପଦ୍ରବ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ବର୍ଷରେ ଅନେକ ଦିନ ଝାରଖଣ୍ଡରୁ ହାତୀ ଆସିଥାନ୍ତି।

୨୪ଟି ହାତୀ ଯୋଗୁ କରଞ୍ଜିଆ, ଶୁକୃଳି, ରରୁଆ ବ୍ଳକର ଦୁଇ ଶହରୁ ଉର୍ଦ୍ଧ୍ବ ଗାଁ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ହାତୀପଲ ଦିନ ବେଳେ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ସମୟରେ ଗାଁ ଅଭିମୁଖେ ଆସି ଅନେକ କ୍ଷୟକ୍ଷତି କରିଥାନ୍ତି । ଗତକାଲି ବିଳମ୍ବିତ ରାତିରେ ଦୁଧିଆଣି ରେଞ୍ଜ ଅଧୀନରେ ଥିବା କୁଁଜିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ୨୪ ଟିକିଆ ହାତୀପଲ ଉପଦ୍ରବ କରିଥିଲେ । ଘର ଭାଙ୍ଗିବା ସହିତ ବହୁ ପରିମାଣରେ ପନିପରିବା ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ନେଇ ଆଜି ଦୁଧିଆଣି ରେଞ୍ଜ ସମୁଖରେ ରାସ୍ତା ରୋକ କରିଥିବା ଦେଖାଦେଇଛି । କିଛି ଦିନ ହେବ ହାତୀପଲ ବିଉଁରିଆ ଗାଁରେ ଉତ୍ପାତ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲେ ମଧ୍ୟ ବନବିଭାଗ ହାତୀ ଘଉଡାଇବାରେ ଅସଫଳ ଯୋଗୁଁ ଗ୍ରାମବାସୀ ଆଜି ସକାଳୁ ୨୨୦ ନମ୍ବର ଜାତୀୟ ରାଜପଥ ରାସ୍ତାକୁ ଅବରୋଧ କରି ବସିରହିଛନ୍ତି ।

You might also like