ଆଜି ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରିବେ ଅସିତ ତ୍ରିପାଠୀ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ତୁଲାଇବେ ନୂଆ ଦାୟିତ୍ୱ

ଭୁବନେଶ୍ବର: ଆଜି ସରୁଛି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ । ଅବସର ପରେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିବେ । ଏହାସହ ତାଙ୍କୁ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷିବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି । ତାଙ୍କ ପରେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହେବେ ସୁରେଶ ମହାପାତ୍ର ।

୧୯୮୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଅସିତ ତ୍ରିପାଠୀ । ୨୦୧୯, ଅଗଷ୍ଟ ୧୯ ତାରିଖରୁ ସେ ଅଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ । ପାଖାପାଖି ଦେଢ଼ ବର୍ଷ ରାଜ୍ୟ ମୁଖ୍ୟ ସଚିବ ଥିଲେ । ଏହି ସମୟରେ ତାଙ୍କ ଆଗରେ ସବୁଠୁ ବଡ଼ ଆହ୍ଵାନ ଥିଲା କୋଭିଡ୍‌ ମୁକାବିଲା । ମହାମାରୀ ସମୟରେ ଦକ୍ଷତାର ସହ କାର୍ଯ୍ୟ ପରିଚାଳନା କରିଥିଲେ ।

asitପ୍ରଶାସନିକ କାର୍ଯ୍ୟରେ ଲମ୍ବା ଅଭିଜ୍ଞତା ଯୋଗୁ ବିଭିନ୍ନ କାର୍ଯ୍ୟକୁ ସଫଳତାର ସହ ପ୍ରତିପାଦନ କରିଛନ୍ତି । ସେହିପରି ତାଙ୍କ ସମୟରେ ପୁରୀରେ ହେରିଟେଜ୍‌ କରିଡର, ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଏକାମ୍ର କ୍ଷେତ୍ର ବିକାଶ ଯୋଜନା ଓ ଏସସିବିକୁ ଏମ୍ସ ପ୍ଲସ ଅନୁଷ୍ଠାନ କରି ଗଢ଼ି ତୋଳିବା ନେଇ ବିକାଶ ଓ ଉନ୍ନତିମୂଳକ କାମ ତାଙ୍କ ସମୟରେ ଆରମ୍ଭ ହୋଇଥିଲା । ଆଗକୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ମଙ୍ଗ ଧରିବେ ଅସିତ ତ୍ରିପାଠୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.