ଫାଟିଲେ ଆପେ ଆପେ ଯୋଡ଼ି ହୋଇଯିବ ଫୋନ୍‌ର ଡିସ୍‌ପ୍ଲେ, ଅଳସୀ ତେଲ କରିବ ଏହି କାମ

ପ୍ରାୟତଃ ଆମ ହାତରୁ ସ୍ମାର୍ଟଫୋନ୍‌ ଖସି ତଳେ ପଡ଼ି ଏହାର ସ୍କ୍ରିନ୍‌ ଫାଟିଯାଏ। ଫଳରେ ଡିସ୍‌ପ୍ଲେ ବଦଳାଇବା ପାଇଁ ଆମକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ମାତ୍ର ଏବେ ଆଉ ଫୋନ୍‌ର ସ୍କ୍ରିନ୍‌ ଫାଟିଲେ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ। ଆପଣ ଏହାକୁ ଘରେ ମଧ୍ୟ ଠିକ୍‌ କରିପାରିବେ। ଏଥିପାଇଁ କେବଳ ଅଳସୀ ତେଲ ଆବଶ୍ୟକ। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ। ନିକଟରେ ଦକ୍ଷିଣ କୋରିଆରେ ହୋଇଥିବା ଏକ ରିସର୍ଚ୍ଚରେ ଏହି ଖୁଲାସା ହୋଇଛି।

ଦକ୍ଷିଣ କୋରିଆର ରିସର୍ଚ୍ଚରମାନେ ଦାବି କରିଛନ୍ତି ଯେ ସ୍କ୍ରିନ୍‌ର ଫାଟକୁ ଭରିବା ପାଇଁ ମାଇକ୍ରୋ କ୍ୟାପସୁଲ ଭାବେ ଅଳସୀ ତେଲର ବ୍ୟବହାର କରାଯାଇପାରିବ। ରିସର୍ଚ୍ଚରେ ୨୦ ମିନିଟ୍‌ରେ ୯୫ ପ୍ରତିଶତ ପର୍ଯ୍ୟନ୍ତ ସ୍କ୍ରିନ୍‌ର ଫାଟ ଭରାଯାଇଥିଲା। ମାତ୍ର କେବଳ ଲାବ୍ରୋଟେରୀରେ ଏହା କରାଯାଇଛି। ସାମାନ୍ୟ ଭାଙ୍ଗିଥିବା ସ୍କ୍ରିନ୍‌ ଯୋଡ଼ି ହେବାକୁ ଘଣ୍ଟା ଘଣ୍ଟା ଲାଗିପାରେ। କିନ୍ତୁ ଉଷ୍ଣତା, ଗରମ ତାପମାତ୍ରା ଓ ଅଲ୍ଟ୍ରାଭାଓଲେଟ୍‌ ରଶ୍ମି ସାହାଯ୍ୟରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରାଯାଇପାରିବ।

alasi

କୋରିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (କେଆଇଏସ୍‌ଟି)ରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଡଭାନ୍ସଡ୍‌ କମ୍ପୋଜିଟ୍‌ ମ୍ୟାଟେରିଆଲରେ ଏହି ଅଧ୍ୟୟନର ନେତୃତ୍ୱ କରୁଥିବା ଡା.ୟୋଙ୍ଗ୍‌-ଚାଇ ଜୁଙ୍ଗ କହିଛନ୍ତି,ଏହାକୁ ଏକ ପଲିମର ବାଇଲେୟର ଫିଲ୍ମ(ପିବିଏଫ୍‌) କୁହାଯାଉଛି। ଏହା ଦୁଇଟି ଜିନିଷକୁ ନେଇ ତିଆରି ହୁଏ। ସବା ଉପରେ ଅଳସୀ ତେଲର ମାଇକ୍ରୋ କ୍ୟାପସୁଲ ରହିଥାଏ ଓ ତଳେ ଫୋନ୍‌, ଟ୍ୟାବ୍‌ଲେଟ ଓ ଅନ୍ୟ ଗ୍ୟାଜେଟ୍‌ରେ ବ୍ୟବହାର ହେଉଥିବା କାଚ ଭଳି ମ୍ୟାଟେରିଆଲ ରହିଥାଏ। ଏହାକୁ ସିପିଆଇ କୁହାଯାଏ। ଏହା ମଜଭୁତ ଓ କାଚ ଭଳି ହୋଇଥାଏ।

plastic

ତେବେ କୋରିଆନ୍‌ ରିସର୍ଚ୍ଚର ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ଆପଲ ମଧ୍ୟ ଏଭଳି ସେଲ୍ଫ ହିଲିଂ ସ୍କ୍ରିନ୍‌ ଟେକ୍ନୋଲୋଜି ତିଆରି କରିଥିଲା। ଆପଲର ପ୍ରସ୍ତାବିତ ଟେକ୍ନୋଲୋଜିରେ ଏଲାଷ୍ଟୋମିଟର ବ୍ୟବହାର କରାଯିବ।

You might also like