Below header

ଯାଜପୁର: କୋରେଇ ଅଞ୍ଚଳରେ ହାତୀ ଉପଦ୍ରବ, ଖଳାରୁ ଧାନ ଖାଇବା ସହିତ ଉତ୍ପାତ କରୁଛି ହାତୀ

ଯାଜପୁର କୋରେଇ ଅଞ୍ଚଳରେ ହାତୀ ଉପଦ୍ରବ । ପଛିକୋଟ ଡିପିଏଫ୍‌ର କୋରାବନ୍ଦୀ ଜଙ୍ଗଲ ନିକଟ ଗାଁରେ ପସି ଖଳାରୁ ଧାନ ଖାଇବା ସହିତ ହାତୀ ଉତ୍ପାତ କରିଥିଲା । ଟମକା ଅଞ୍ଚଳରୁ ହାତୀ ପଳାଇ ଆସିଥିବା ଜଣାପଡିଛି । ଗତକାଲି କଣ୍ଟାଝରୀ ଓ ନୁଗୁଆଁ ଗାଁରେ ପସିବାରୁ ରାତିରେ ସ୍ଥାନୀୟ ଲୋକେ ତାକୁ ଘଉଡାଇଥିଲେ । ବିଳମ୍ବିତ ରାତିରେ ହାତୀଟି ବ୍ୟାସନଗର ସହର ପାର ହୋଇ ରସୁଲପୁର ବ୍ଳକ୍‌ର ଟିକରପଡା ଅଞ୍ଚଳକୁ ଚାଲିଯାଇଛି । ସୁରକ୍ଷା ଦୃଷ୍ଟିରୁ ଦୁଇ ଦିନ ହେଲା କୋରେଇର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ କରି ଦିଆଯାଇଛି । ଯାଜପୁର ରୋଡ ରେଞ୍ଜରଙ୍କ ନେତୃତ୍ୱରେ ୨୫ ଜଣିଆ ଟିମ୍‌ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.