ମୟୂରଭଞ୍ଜ: ରାଇରଙ୍ଗପୁର ବନଖଣ୍ଡ ସରଗଡ଼ା ଜଙ୍ଗଲରେ ବାଘ ଆତଙ୍କ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ସରଗଡ଼ା ଜଙ୍ଗଲରେ ବାଘ ଆତଙ୍କ । ଗୃହପାଳିତ ପଶୁଙ୍କ ଉପରେ କରୁଛି ବାରମ୍ବାର ଆକ୍ରମଣ । ଚଢେଇପାହାଡି ଅଞ୍ଚଳରେ ୩ଟି ଛେଳି ସହ ଗୋଟିଏ ବଳଦକୁ ମଧ୍ୟ ଆକ୍ରମଣ କରିଛି । ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଅବଗତ କରାଇଥିଲେ । ବିଶୋଇ ରେଞ୍ଜ ବନ କର୍ମଚାରୀ ପ୍ରାଣୀ ଚିକିତ୍ସକଙ୍କ ସହ ଘଟଣାସ୍ଥଳକୁ ଯାଇ ଘଟଣାର ଛାନଭିନ କରିଛନ୍ତି । ଜଙ୍ଗଲର ବିଭିନ୍ନ ସ୍ଥାନରେ ବାଘ ପାଦଚିହ୍ନ ଦେଖିବା ପରେ ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ । କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ସହ ଅଞ୍ଚଳବାସୀଙ୍କୁ ସୁରକ୍ଷା ଦାବି କରାଯାଇଛି ।

 

Leave A Reply

Your email address will not be published.