୨୨ ଟିକିଆ ହାତୀପଲଙ୍କ ଉତ୍ପାତ, ତୁଡାଲଗାରେ ଆତଙ୍କ ଖେଳାଇଛନ୍ତି ବଣୁଆ ହାତୀ

୨୨ଟିକିଆ ହାତୀପଲଙ୍କ ଉତ୍ପାତ । ସୁନ୍ଦରଗଡ଼ ବଡ ଗାଁ ଫରେଷ୍ଟ ରେଞ୍ଜ ଅର୍ନ୍ତଗତ ତୁଡାଲଗାରେ ଆତଙ୍କ ଖେଳାଇଛନ୍ତି ବଣୁଆ ହାତୀ ।

୨୨ଟିକିଆ ହାତୀପଲଙ୍କ ଉତ୍ପାତ । ସୁନ୍ଦରଗଡ଼ ବଡ ଗାଁ ଫରେଷ୍ଟ ରେଞ୍ଜ ଅର୍ନ୍ତଗତ ତୁଡାଲଗାରେ ଆତଙ୍କ ଖେଳାଇଛନ୍ତି ବଣୁଆ ହାତୀ । ଦୀର୍ଘ ୭ଦିନରୁ ଅଧିକ ହେଲାଣି ହାତୀପଲ ଆତଙ୍କ ଖେଳାଇଛନ୍ତି । ତୁଡ଼ାଲଗା, ମୁକୁନ୍ଦପୁର, ମହାବୀର ପାହାଡ ତଳ ଅଞ୍ଚଳରେ ଲୋକଙ୍କର ଘର ଭାଙ୍ଗିବା ସହିତ ଫସଲ ନଷ୍ଟ କରୁଛନ୍ତି। ଦିନବେଳେ ମୁକୁନ୍ଦପୁର ଗାଁ ନିକଟରେ ଥିବା ଛୋଟିଆ ଗ୍ରାମ୍ୟ ଜଙ୍ଗଲରେ ଏହି ହାତୀପଲ ରହିଛନ୍ତି । ସଂଧ୍ୟା ହେଲେ ପୁଣି ବାହାରକୁ ଆସୁଛନ୍ତି ହାତୀପଲ । ହାତୀଙ୍କ ଉତ୍ପାତ ଯୋଗୁ ଚିନ୍ତାରେ ଅଛନ୍ତି ଚାଷୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.