ସିମ୍‌ କାର୍ଡ଼କୁ ନେଇ ଜାରି ହେବ ନୂଆ ନିୟମ, ଏଭଳି ନକଲେ ଲାଗିବ ୧୦ ଲକ୍ଷ ଟଙ୍କାର ଜରିମାନା

ଭାରତ ସରକାର ନୂଆ ସିମ୍ କାର୍ଡ ପାଇଁ ଏକ କଠୋର ନିୟମ ପ୍ରଣୟନ କରିଛନ୍ତି, ଯାହା ନିଶ୍ଚିତ କରିବ ଯେ ଏହି ପ୍ରକ୍ରିୟା ସୁରକ୍ଷିତ ଏବଂ ନିର୍ଭରଶୀଳ । ଟେଲିକମ୍ ବିଭାଗ (DoT) ସାରା ଦେଶରେ ସିମ୍ କାର୍ଡର ବ୍ୟବହାରକୁ କଣ୍ଟ୍ରୋଲ କରିବା ପାଇଁ ଦୁଇଟି ସର୍କୁଲାର ଜାରି କରିଛନ୍ତି ।

ସ୍କାମର୍ସମାନଙ୍କ ସ୍କାମକୁ ରୋକିବା ପାଇଁ ସରକାର ଏକ ନୂଆ ନିୟମ ଆଣିଛନ୍ତି । ସ୍କାମର୍ସମାନେ ସିମ୍‌ ମାଧ୍ୟମରେ ଅଧିକ ସ୍କାମ କରୁଛନ୍ତି । ତେଣୁ ଜନ ସାଧାରଣ ସ୍କାମର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । ଏନେଇ ସରକାର ସିମ୍‌ କିଣିବା ଏବଂ ଏହାର ଆକ୍ଟିଭେସନକୁ ନେଇ କଠୋର ନିୟମ ଆଣିଛନ୍ତି । ଭାରତ ସରକାର ନୂଆ ସିମ୍ କାର୍ଡ ପାଇଁ ଏକ କଠୋର ନିୟମ ପ୍ରଣୟନ କରିଛନ୍ତି, ଯାହା ନିଶ୍ଚିତ କରିବ ଯେ ଏହି ପ୍ରକ୍ରିୟା ସୁରକ୍ଷିତ ଏବଂ ନିର୍ଭରଶୀଳ । ଟେଲିକମ୍ ବିଭାଗ (DoT) ସାରା ଦେଶରେ ସିମ୍ କାର୍ଡର ବ୍ୟବହାରକୁ କଣ୍ଟ୍ରୋଲ କରିବା ପାଇଁ ଦୁଇଟି ସର୍କୁଲାର ଜାରି କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ନୂଆ ନିୟମ କ’ଣ ଏବଂ ଏହା କେବେ ଠାରୁ କାର୍ଯ୍ୟକାରୀ ହେବ ।

ଏହି ନୂଆ ନିୟମ ଅନୁସାରେ, ସିମ୍ କାର୍ଡ କିଣୁଥିବା ଦୋକାନୀଙ୍କୁ ବର୍ତ୍ତମାନ ଅଧିକ ସତର୍କ ରହିବାକୁ ପଡ଼ିବ । ଦୋକାନରେ କାମ କରୁଥିବା ଲୋକମାନଙ୍କୁ ସିମ୍ କାର୍ଡ କିଣୁଥିବା ଲୋକଙ୍କ ବ୍ୟାକଗ୍ରାଉଣ୍ଡ ଯାଞ୍ଚ କରିବାକୁ ପଡିବ । ଯଦି ସେମାନେ ଏପରି ନକରନ୍ତି, ତେବେ ପ୍ରତ୍ୟେକ ଦୋକାନ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲଗାଯାଇପାରିବ ।

ଅକ୍ଟୋବର ୧ ରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ :
ସିମ୍ କାର୍ଡ ବିକ୍ରି ଉପରେ ରୋକ୍‌ ଲଗାଇବା ପାଇଁ ଅକ୍ଟୋବର ୧ ତାରିଖରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ ବୋଲି ଟେଲିକମ୍ ବିଭାଗ ଘୋଷଣା କରିଛି । ସିମ୍ କାର୍ଡ କମ୍ପାନୀଗୁଡ଼ିକୁ ୩୦ ସେପ୍ଟେମ୍ବର ପୂର୍ବରୁ ସେମାନଙ୍କର ସମସ୍ତ ସେଲ ସେଣ୍ଟର (POS)ର ରେଜିଷ୍ଟ୍ରେସନ କରିବାକୁ ପଡିବ । ନିୟମ ଅନୁଯାୟୀ, ବଡ ଟେଲିକମ୍ କମ୍ପାନୀଗୁଡିକ ମଧ୍ୟ ସେମାନଙ୍କର ସିମ୍ କାର୍ଡ ବିକ୍ରି କରୁଥିବା ଦୋକାନଗୁଡିକ ଉପରେ ନଜର ରଖିବାକୁ ପଡିବ । ସେମାନଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ ଏହି ଦୋକାନଗୁଡିକ ନିୟମକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରୁଛନ୍ତି ଯାହା ଦ୍ୱାରା ଗ୍ରାହକଙ୍କ ସୁରକ୍ଷା ସୁନିଶ୍ଚିତ ହୋଇପାରିବ ।

ଏଥିସହ ଆସାମ, କାଶ୍ମୀର ଏବଂ ଉତ୍ତର ପୂର୍ବ ଭଳି କେତେକ ଅଞ୍ଚଳରେ ଟେଲିକମ୍ ଅପରେଟରମାନେ ସିମ୍ କାର୍ଡ ବିକ୍ରି କରୁଥିବା ଦୋକାନଗୁଡିକର ପୋଲିସ୍ ଭେରିଫିକେସନ କରିବା ଆବଶ୍ୟକ ବୋଲି ଟେଲିକମ୍ ବିଭାଗ ନିର୍ଦ୍ଦେଶ ଦେଇଛି । ଏହା ପରେ ହିଁ ସେମାନଙ୍କୁ ନୂଆ ସିମ୍ କାର୍ଡ ବିକ୍ରି କରିବାକୁ ଅନୁମତି ଦିଆଯିବ ।

ଯେତେବେଳେ ଆପଣଙ୍କ ପୁରୁଣା ସିମ୍ କାର୍ଡ ହଜିଯାଏ କିମ୍ବା ନଷ୍ଟ ହୋଇଯାଏ, ସେତେବେଳେ ଆପଣ ଏକ ନୂଆ ସିମ୍ କାର୍ଡ କିଣନ୍ତି ଏବଂ ଆପଣଙ୍କୁ ଡିଟେଲ ଭେରିଫିକେସନ ପ୍ରୋସେସ ଦେଇ ଯିବାକୁ ପଡିଥାଏ । ଏପରି କରାଯିବାର କାରଣ ହେଉଛି ସିମ୍ ହରାଇଥିବା ବ୍ୟକ୍ତି ହିଁ ନୂଆ ସିମ୍‌ କିଣୁଛି ତାହା ନିଶ୍ଚିତ ହେବ । ଏହି ନୂଆ ନିୟମର ଉଦ୍ଦେଶ୍ୟ ହେଉଛି ସିମ୍ କାର୍ଡକୁ ସୁରକ୍ଷିତ ରଖିବା ଏବଂ ଠକମାନଙ୍କୁ ଫୋନ ପର୍ଯ୍ୟନ୍ତ ପହଞ୍ଚିବାରୁ ରୋକିବାରେ ସାହାଯ୍ୟ କରିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.