ଯାଜପୁରରେ ଦନ୍ତା ହାତୀ ଉପଦ୍ରବ, ରାଜରାସ୍ତାକୁ ଓହ୍ଲାଇଲେ ସ୍ଥାନୀୟ ଲୋକେ

ଯାଜପୁର ରୋଡ୍(କେନ୍ୟୁଜ୍): ଯାଜପୁରରେ ଲୋକଙ୍କୁ ଅତିଷ୍ଠ କଲାଣି ନରହନ୍ତା ଦନ୍ତାର ଉପଦ୍ରବ । ତୁରନ୍ତ ହାତୀକୁ ଟ୍ରାଙ୍କୁଲାଇଜ୍ କରି ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଉତ୍ୟକ୍ତ ଲୋକ । ଆଜି କଳିଙ୍ଗନଗର ଶିଳ୍ପାଞ୍ଚଳର ମିଲିଟାରୀ ଛକ ଓ ମାନପୁର ଛକରେ ଟାୟାର ଜାଳି,ଯାଜପୁର ରୋଡ୍ ଡୁବୁରୀ ରାସ୍ତାକୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ରାସ୍ତାରୋକ ଫଳରେ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଗମନାଗମନ ଠପ୍ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି । ଗତ ୭ ଦିନ ଧରି ହାତୀ ସମସ୍ତଙ୍କର ନିଦ ହଜାଇଦେଇଥିବା ବେଳେ, ୪ ଜଣଙ୍କ ଜୀବନ ନେଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.