ତାତିରୁ ରକ୍ଷା ପାଇବା ପାଇଁ ପାଣିରେ ଖେଳୁଛନ୍ତି ହାତୀପଲ, ଲୋକେ ଆତଙ୍କିତ

ପାଣିରେ ଖେଳୁଛନ୍ତି ହାତୀ ପଲ। ହାତୀପଲଙ୍କ ମନୋରମ ଜଳକ୍ରୀଡା ଦୃଶ୍ୟକୁ ଉପଭୋଗ କରୁଛନ୍ତି ଲାକେ । ଗରମରୁ ତ୍ରାହି ପାଇବା ପାଇଁ ଜଙ୍ଗଲ ପାଖରେ ଥିବା ଏକ ନଇ ଭିତରେ ଜଳ କ୍ରୀଡା କରୁଛନ୍ତି ହାତୀପଲ। ଚମ୍ପୁଆ ରେଞ୍ଜ, ବାଲିବନ୍ଧ ସେକ୍ସନରୁ ୨୪ ଟିକିଆ ହାତୀପଲ କାଳିକାପ୍ରସାଦ ବିଟ୍‌ ଅଞ୍ଚଳକୁ ପ୍ରବେଶ କରିବା ପରେ ଆଖପାଖ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।

କେନ୍ଦୁଝର(କେନ୍ୟୁଜ୍):  ପାଣିରେ ଖେଳୁଛନ୍ତି ହାତୀ ପଲ। ହାତୀପଲଙ୍କ ମନୋରମ ଜଳକ୍ରୀଡା ଦୃଶ୍ୟକୁ ଉପଭୋଗ କରୁଛନ୍ତି ଲାକେ । ଗରମରୁ ତ୍ରାହି ପାଇବା ପାଇଁ ଜଙ୍ଗଲ ପାଖରେ ଥିବା ଏକ ନଇ ଭିତରେ ଜଳ କ୍ରୀଡା କରୁଛନ୍ତି ହାତୀପଲ। ଚମ୍ପୁଆ ରେଞ୍ଜ, ବାଲିବନ୍ଧ ସେକ୍ସନରୁ ୨୪ ଟିକିଆ ହାତୀପଲ କାଳିକାପ୍ରସାଦ ବିଟ୍‌ ଅଞ୍ଚଳକୁ ପ୍ରବେଶ କରିବା ପରେ ଆଖପାଖ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ ଏହି ହାତୀପଲ ରଘୁଆଳସାହି, ସୁନାପଶି ଦେଇ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଛନ୍ତି । ହାତୀପଲ ଖରାଟିଆ ଧାନ ଫସଲକୁ ଖାଇବା ସହିତ ଦଳିଚକଟି ନଷ୍ଟ କରୁଥିବା ଅଭିଯୋଗ ହୋଇଛି ।

ସେପଟେ ପ୍ରବଳ ଗ୍ରୀଷ୍ମ ତାତିରୁ ରକ୍ଷା ପାଇବା ପାଇଁ ହାତୀପଲ ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଛି । ଏହାକୁ ଦେଖିବାପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି । ଏହି ୨୪ଟିକିଆ ହାତୀପଲରେ ୯ଟି ଦନ୍ତା, ୬ଟି ମାଈ ଓ ୯ଟି ଛୁଆ ହାତୀ ରହିଥିବା ବନ ବିଭାଗ ସୂଚନା ଦେଇଛି । ଖବର ପାଇ ବନବିଭାଗ କର୍ମଚାରୀ ହାତୀପଲଙ୍କୁ ଏହି ଅଞ୍ଚଳରୁ ଘୋଡାଇବାକୁ ଉଦ୍ୟମ ଚଳାଇଛନ୍ତି । ହାତୀପଲ ଯେପରି ଗାଁ ମୁହାଁ ନହେବେ ଓ ଧନ ଜୀବନ ହାନି ନଘଟିବ ସେଥପ୍ରତି ଦୃଷ୍ଟି ଦେଇ ଲୋକଙ୍କୁ ସଚେତନ କରାଇବା ସହ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ ।

ସେପଟେ କେନ୍ଦୁଝରରେ ତାତିରୁ ସାମାନ୍ୟ ଆଶ୍ବସ୍ତି ଆଣିଥିଲା ବର୍ଷା। କେନ୍ଦୁଝର ସହରରେ ଗତକାଲି ପବନ ଓ ସହ ବର୍ଷା ହୋଇଥିଲା। ହତାଠ୍‌ ପବନ ସହ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପ୍ରବଳ ବର୍ଷାରେ ରାସ୍ତାଘାଟ ସବୁ ଶୁନ୍‌ଶାନ୍‌ ହୋଇଯାଇଥିଲା। ରାସ୍ତା ଘାଟ ପାଣିରେ ଭରି ଯାଇଥିଲା। କିଛି ସମୟ ବର୍ଷାରେ ସହରରେ ଥଣ୍ଡା ଅନୁଭୂତ ହୋଇଥିଲା।