ସ୍କୁଟିକୁ ଧକ୍କା ଦେଲା ବସ୍: ଜଣେ ମୃତ, ଜଣେ ଗୁରୁତର; ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଛାତିଥରା ଦୃଶ୍ୟ

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସାରୁ ଛକ ଏଚପି ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁର୍ଘଟଣା । ଫଳରେ ଏଥିରେ ଜଣେ ମୃତ, ଜଣେ ଗୁରୁତର ହୋଇଛନ୍ତି । ସିସିଟିଭିରେ କଏଦ ହୋଇଛି ଦୁର୍ଘଟଣାର ଛାତିଥରା ଦୃଶ୍ୟ ।

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସାରୁ ଛକ ଏଚପି ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁର୍ଘଟଣା । ଫଳରେ ଏଥିରେ ଜଣେ ମୃତ, ଜଣେ ଗୁରୁତର ହୋଇଛନ୍ତି । ଦୁର୍ଘଟଣାର ଛାତିଥରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି  ।

ମୃତ ଯୁବକ ହେଉଛନ୍ତି ହିଞ୍ଜିଳିକାଟୁର ରୋଶନ ବେହେରା ବୋଲି ଜଣାପଡିଛି । ପେଟ୍ରୋଲ ପମ୍ପରେ ରୋଶନ ଓ ମନୋଜ ଦାସ ନାମକ ଜଣେ ଯୁବକ ଏକ ସ୍କୁଟରରେ ପେଟ୍ରୋଲ ପକାଇ ବାହାରକୁ ବାହାରୁଥିଲେ । ଏହି ସମୟରେ ବ୍ରହ୍ମପୁରରୁ ହିଞ୍ଜିଳିକାଟୁ ଅଭିମୁଖେ ଆସୁଥିବା ଯାତ୍ରୀବାହୀ ବସ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ରୋଶନଙ୍କର ମୃତ୍ୟୁ ହୋଇ ଯାଇଥିଲା । ସେପଟେ ଗୁୁରୁତର ମନୋଜଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଘଟଣା ସ୍ଥଳରେ ହିଞ୍ଜିଳି ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ଦୁର୍ଘଟଣାଗ୍ରସ୍ତ ବସ ଓ ସ୍କୁଟିକୁ ମଧ୍ୟ ଜବତ କରାଯାଇଛି । ଦୁର୍ଘଟଣା ସମୟର ଛାତିଥରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.