କରଞ୍ଜିଆ ଉପଖଣ୍ଡରେ ୩୭ଟି ହାତୀପଲଙ୍କ ଉପଦ୍ରବ, ୩ଟି ଘର ଭାଙ୍ଗିବା ସହ ବହୁ ମୂଲ୍ୟବାନ ସାମଗ୍ରୀ କରିଛନ୍ତି ନଷ୍ଟ

କରଞ୍ଜିଆ(କେନ୍ଯୁଜ୍): କରଞ୍ଜିଆ ଉପଖଣ୍ଡରେ ହାତୀ ଆତଙ୍କ । କିଛି ଦିନର ବ୍ୟବଧାନ ପରେ କରଞ୍ଜିଆ ବନଖଣ୍ଡକୁ ପୁଣି ବାହୁଡ଼ିଲେ ଝାଡଖଣ୍ଡି ହାତୀପଲ । ହାତୀପଲରେ ଅଛନ୍ତି ୩୭ଟି ହାତୀ । କରଞ୍ଜିଆରେ ମୁଖ୍ୟ ସମସ୍ୟା ପାଲଟିଲାଣି ହାତୀ ଉପଦ୍ରବ । ପୃଥକ ପୃଥକ ସ୍ଥାନରେ ଆତଙ୍କ ଖେଳାଇଛନ୍ତି ହାତୀପଲ । ଯାହାକୁ ନେଇ ଲୋକେ ଆତଙ୍କିତ ରହିଛନ୍ତି । କରଞ୍ଜିଆ ଘାଘରବେଡା ଅଞ୍ଚଳରେ ୨୬ଟି ହାତୀ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ୩ଟି ଘର ଭାଙ୍ଗିବା ସହ ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ କରିଦେଇଛନ୍ତି । ଘରେ ରଖାଯାଇଥିବା ଧାନ ଚାଉଳ ମଧ୍ୟ ଖାଇଯାଇଛନ୍ତି । ସେହିପରି ଦୁଧିଆଣି ରେଞ୍ଜ ଅଧୀନ ହାତୀମୁଣ୍ଡିରେ ଅଛନ୍ତି ଶିମିଳିପାଳର ୩ ଟି ହାତୀ । ଠାକୁରମୁଣ୍ଡା ରେଞ୍ଜ ବରିଂ ଅଞ୍ଚଳରେ ୮ ଟି ହାତୀ ଥିବା ବନଭିଭାଗର ସୂଚନା । ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ଉଦ୍ୟମ ଜାରି ରହିଥିବା ବେଳେ ହାତୀ ଉପଦ୍ରବ ଜନଜୀବନ ଏକ ପ୍ରକାରେ ଅସ୍ତବ୍ୟସ୍ତ ହୋଇପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.