Below header

ଆଦିକୁଣ୍ତି ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ, ଯୋଗ ଦେଲେ ବିଶିଷ୍ଟ ଲେଖିକା ଡ଼କ୍ଟର ଇତିରାଣୀ ସାମନ୍ତ

କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଇଚ୍ଛାପୁର ସ୍ଥିତ ଆଦିକୁଣ୍ତି ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

କଟକ : କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଇଚ୍ଛାପୁର ସ୍ଥିତ ଆଦିକୁଣ୍ତି ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ କାଦମ୍ବିନୀ ଓ କୁନିକଥା ପତ୍ରିକାର ସମ୍ପାଦିକା ବିଶିଷ୍ଟ ଲେଖିକା ଡ଼କ୍ଟର ଇତିରାଣୀ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର ବିକାଶ ଏବଂ ଆଧ୍ୟାତ୍ମିକ ଚେତନା ଉପରେ ଗୁରୁତ୍ୱାରୋପ କରିଥିଲେ।

ଛାତ୍ରଛାତ୍ରୀମାନଙ୍କୁ ଚାପଗ୍ରସ୍ତ ନକରାଇ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କ ଭବିଷ୍ୟତ ଗଠନ ଦିଗରେ ଯତ୍ନବାନ ହେବା ପାଇଁ ସେ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନେ ହେଉଛନ୍ତି ଦେଶର ଭବିଷ୍ୟତ। ପିଲାଟିଏ ମାଟି ପିଣ୍ତୁଳା ସଦୃଶ। ତାକୁ ଯେମିତି ଗଢିବ ସେ ସେମିତି ତିଆରି ହେବ। ପାଠ ପଢା ସହିତ ବିଭିନ୍ନ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସାମିଲ କଲେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉଜ୍ଜ୍ବଳମୟ ହେବ ।

ସର୍ବୋପରି ପିଲାମାନଙ୍କର ଭବିଷ୍ୟତ ମା’ ମାନଙ୍କ ଦ୍ବାରା ଗଠନ ହୋଇଥାଏ ବୋଲି ଉପସ୍ଥିତ ଅଭିଭାବକମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଚିତ୍ତରଞ୍ଜନ ମିଶ୍ର, ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ପରିଚାଳନା ନିର୍ଦ୍ଦେଶିକା ସରିତା ଜୟନ୍ତୀ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ସାମ୍ମାନିତ କରାଯାଇଥିଲା। ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.