କନିଆ ଘରକୁ ବାହାରିଥିଲା ବର, ଅଧାବାଟରୁ ଉଠାଇନେଲା ପୋଲିସ

ବାଣ, ବାଜା ସହ କନିଆ ଘରକୁ ବାହାରିଥିଲା ବର । ଅଧାବାଟରୁ ଉଠାଇନେଲା ପୋଲିସ । ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ବାମରାରେ ।

ସୁନ୍ଦରଗଡ଼ : ବାଣ, ବାଜା ସହ କନିଆ ଘରକୁ ବାହାରିଥିଲା ବର । ଅଧାବାଟରୁ ଉଠାଇନେଲା ପୋଲିସ । ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ବାମରାରେ । ଗିରଫ ଅଭିଯୁକ୍ତ ବାମରା ଗୋବିନ୍ଦପୁର ଖୋକୋପଡ଼ାର ବିଷ୍ଣୁ ପିଙ୍ଗ । ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନାରେ ପ୍ରେମିକା ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ୭ ବର୍ଷ ତଳେ ବିଷ୍ଣୁ ତାଙ୍କୁ ପ୍ରେମ ଜାଲରେ ଫସାଇବା ସହ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି ।

ସମ୍ପର୍କର ୨ ବର୍ଷ ମଧ୍ଯରେ ପ୍ରେମିକା ଗର୍ଭବତୀ ହେବା ପରେ ବିଷ୍ଣୁ କାହାକୁ କିଛି ନକହି ଚେନ୍ନାଇ ଚାଲିଯାଇଥିଲା । ବିଷ୍ଣୁ ସହ କୌଣସି ଯୋଗାଯୋଗ କରିପାରିନଥିଲେ ପ୍ରେମିକା । ତେବେ ୫ ବର୍ଷ ପରେ ଚେନ୍ନାଇରୁ ଫେରି ଧରୁଆଡିହି ବସ୍ତିର ମାମୁ ଝିଅକୁ ବିବାହ କରିବାକୁ ସ୍ଥିର କରିଥିଲା ବିଷ୍ଣୁ। କୌଣସି ସୂତ୍ରରୁ ଖବର ପାଇ ଧରୁଆଡିହି ଥାନାରେ ଲିଖିତ ଅଭିଯୋଗ କରିଥିଲେ ପ୍ରେମିକା । ବିଷ୍ଣୁ ବରବେଶରେ ବାରାତି ସହ ଧରୁଆଡିହି କନିଆ ଘର ଅଭିମୁଖେ ବାହାରିଥିଲେ। ବାମରାରେ ପହଞ୍ଚିଲା ବେଳକୁ ପୋଲିସ ଯାଇ ବରଗାଡ଼ିରୁ ବିଷ୍ଣୁକୁ ଉଠାଇ ଆଣି ଥାନାରେ ଅଟକ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.