କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ଗଠନ ହେବ ପଦୋନ୍ନତି ଅଦାଲତ, ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ):କର୍ମଚାରୀଙ୍କ ପଦୋନ୍ନତି ସମସ୍ୟାର ସମାଧାନ ପାଇଁ ପଦୋନ୍ନତି ଅଦାଲତ ଗଠନ । ରାଜ୍ୟ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ପଦୋନ୍ନତି ଅଦାଲତ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ବିଭିନ୍ନ ବିଭାଗର ପ୍ରଶାସନିକ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତ ଗଠନ କରାଯିବ । ପ୍ରତିବର୍ଷ ଜାନୁଆରୀ ମାସ ଚତୁର୍ଥ ସପ୍ତାହରେ ଏହାର ବୈଠକ ବସିବ । କୌଣସି କାରଣରୁ ପଦୋନ୍ନତି ପାଇ ପାରିନଥିବା କର୍ମଚାରୀଙ୍କର ସମସ୍ୟା ସାମାଧାନ ଏହି ଅଦାଲତ ଜରିଆରେ କରାଯିବ । ବିଭିନ୍ନ କାରଣରୁ ପଦୋନ୍ନତି ପାଇ ପାରିନଥିବା କର୍ମଚାରୀମାନେ ଏଥିପାଇଁ ବିଭିନ୍ନ ସମୟରେ ବିଭିନ୍ନ ଅଦାଲତଙ୍କ ଦ୍ୱାରସ୍ଥ ହୋଇ ଥାଆନ୍ତି । ଏବେ ପଦୋନ୍ନତି ଅଦାଲତ ଗଠନ ଦ୍ୱାରା କର୍ମଚାରୀମାନେ ଶୀଘ୍ର ନ୍ୟାୟ ପାଇପାରିବେ ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.