‘ଏନସାଇକ୍ଲୋପିଡିଆ ଅଫ ଟ୍ରାଇବ୍ସ ଇନ ଓଡ଼ିଶା’: ୫ଟି ସଂପାଦିତ ସଂସ୍କରଣକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ‘ଏନସାଇକ୍ଲୋପିଡିଆ ଅଫ ଟ୍ରାଇବସ ଇନ ଓଡ଼ିଶା’ ଉନ୍ମୋଚିତ । ରାଜ୍ୟ ଟ୍ରାଇବାଲ ମ୍ୟୁଜିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଏନସାଇକ୍ଲୋପିଡିଆ ଅଫ ଟ୍ରାଇବସ ଇନ ଓଡ଼ିଶା’ର ୫ଟି ସଂପାଦିତ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି । ଓଡ଼ିଶା ରାଜ୍ୟ ଟ୍ରାଇବାଲ ମ୍ୟୁଜିୟମ ଓ ଅନୁସୂଚିତ ଜାତି-ଜନଜାତି ଗବେଷଣା ଓ ତାଲିମ ଅନୁଷ୍ଠାନ ପକ୍ଷରୁ ଏହାକୁ ପ୍ରକାଶ କରାଯାଇଛି । ସବୁ ଅନୁସୂଚିତ ଜନଜାତିଙ୍କ ସଂପର୍କରେ ଏନସାଇକ୍ଲୋପିଡିଆ ପ୍ରକାଶ କରିବାରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ।

cm

୫ଟି ସଂପାଦିତ ସଂସ୍କରଣରେ ୩୮୦୦ ପୃଷ୍ଠା ଓ ୪୧୮ଟି ରିସର୍ଚ୍ଚ ଆର୍ଟିକିଲ ରହିଛି । ଏଥିରେ ସମସ୍ତ ୬୨ଟି ଅନୁସୂଚିତ ଜନଜାତି ସମୁଦାୟ ସଂପର୍କରେ ତଥ୍ୟ ରହିଛି । ରାଜ୍ୟର ଆଦିବାସୀ ସଂପ୍ରଦାୟଙ୍କ ଉପରେ ରୁଚି ରଖୁଥିବା ଶିକ୍ଷାବିତ, ଗବେଷକ, ନୀତି ପ୍ରସ୍ତୁତକାରୀଙ୍କ ପାଇଁ ଏହା ଜ୍ଞାନର ଭଣ୍ଡାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ଟ୍ରାଇବାଲ ମ୍ୟୁଜିୟମ ଗ୍ୟାଲେରୀ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.