ଗାଡ଼ିର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଆସିଲା ନୂଆ ନିୟମ: ସ୍ଲିପ ଦେଖାଇଲେ ଚେକିଂରୁ ଛାଡ଼

ଭୁବନେଶ୍ବର(କେନ୍ୟୁଜ୍): ଗାଡ଼ିର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟHSRP ପାଇଁ ଆସିଲା ନୂଆ ନିୟମ । ଧାର୍ଯ୍ୟ ସମୟସୀମା ମଧ୍ୟରେ ଅନଲାଇନରେ ସ୍ଲଟ ବୁକିଂ କରିଥିଲେ ଲାଗିବନି ଫାଇନ । ଗାଡ଼ି ଚେକିଂ ବେଳେ ଏସଂକ୍ରାନ୍ତ ବୁକିଂ ସ୍ଲିପ ଦେଖାଇଲେ ଫାଇନରୁ ଛାଡ଼ ପାଇବେ । ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ ପକ୍ଷରୁ ଏନେଇ ବିଜ୍ଞପ୍ତି କରାଯାଇଛି । HSRP ପାଇଁ ଅନଲାଇନରେ ବୁକିଂ ହଠାତ ବଢ଼ିଥିବା ବେଳେ ଗାଡ଼ି ମାଲକ ମାନେ ସ୍ଲଟ ପାଇବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଆଖିର ରଖି ଧାର୍ଯ୍ୟ ସମୟସୀମା ପୂର୍ବରୁ ଯେଉଁ ମାଲିକମାନେ ଅନଲାଇନରେ ସ୍ଲଟ ବୁକିଂ କରିଛନ୍ତି ସେମାନେ ବୁକିଂ ସ୍ଲିପ ଦେଖାଇ ଗାଡ଼ି ଚେକିଂ ବେଳେ ଛାଡ଼ ପାଇପାରିବେ ବୋଲି କୁହାଯାଇଛି ।

ଗାଡ଼ିର ପୁରୁଣା ନମ୍ବର ପ୍ଲେଟ ଗୁଡିକୁ ପରିବର୍ତ୍ତନ କରି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଯେଉଁ ଗାଡ଼ିଗୁଡ଼ିକର ନମ୍ବର ଶେଷରେ ୧,୨, ୩ କିମ୍ବା ୪ ରହିଛି ସେମାନଙ୍କର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲଟର ସମୟସୀମା ସେପ୍ଟେମ୍ବର ୩୦ରେ ଶେଷ ହେବ । ଅକ୍ଟୋବର ୧ ରୁ କଡାକଡି ହେବ ଯାଞ୍ଚ । ଗାଡ଼ି ନମ୍ବର ଶେଷରେ ୫ କିମ୍ବା ୬ ଥିଲେ ଅକ୍ଟୋବର ୩୧ ସୁଦ୍ଧା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ । ସେହିପରି ଗାଡ଼ି ନମ୍ବର ଶେଷରେ ୭ କିମ୍ବା ୮ ଥିଲେ ନଭେମ୍ବର ୩୦ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଶେଷ ତାରିଖ । ନମ୍ବର ଶେଷରେ ୯ କିମ୍ବା ୦ ଥିଲେ ଡିସେମ୍ବର ୩୧ ଶେଷ ତାରିଖ ରଖାଯାଇଛି । ତୁରନ୍ତ ନମ୍ବର ପ୍ଲେଟ ପରିବର୍ତ୍ତନ କରିବାକୁ ପରିବହନ ବିଭାଗର ସୂଚନା ଜାରି କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.